
ସାମଗ୍ରୀ :
ବିଲାତି-୨୫୦ଗ୍ରା.
ରସୁଣ-୮କୋଲା
ସୋରିଷତେଲ-୧ ୧/୨ ଚାମଚ
ସୋରିଷ – ୧ ଚାମଚ
ଭୁ୍ସୁଙ୍ଗପତ୍ର – ୧୦-୧୨ଟି
ଲଙ୍କାଗୁଣ୍ଡ – ୧ ଚାମଚ
ଲୁଣ-ସ୍ଵାଦାନୁସାରେ
ପ୍ରଣାଳୀ :
ଟମାଟୋକୁ କାଟି ରସୁଣ ମିଶାଇ ଭଲକରି ଗ୍ରାଇଣ୍ଡିଂ କରିଦିଅନ୍ତୁ । କରେଇରେ ତେଲ ଦେଇ ସୋରିଷ ଓ ଭୁର୍ସୁଙ୍ଗପତ୍ର ଫୁଟାଇ ବିଲାତି ପକାନ୍ତୁ । ଏଥର ଲୁଣ ଓ ଲଙ୍କାଗୁଣ୍ଡ ମିଶାଇ ୨୦ମିନିଟ୍ ଲଗାତର ଘାଣ୍ତ କମ୍ ଆଞ୍ଚରେ ରାନ୍ଧନ୍ତୁ । ଥଣ୍ଡାକରି ୫- ୭ ଦିନଯାଏଁ ଫ୍ରିଜ୍ରେ ରଖି ବ୍ୟବହାର କରିହେବ ।