
ସାମଗ୍ରୀ:
ପିଜ୍ଜା ବ୍ରେଡ-୧ ପିସ୍ ( ବଜାରରେ ମିଳେ )
ଟମାଟୋ ସସ୍ -ଉପରେ ସେଡ୍ କରିବା ପାଇଁ
ଅମୂଲ୍ ଚିଜ୍ କୋରା-୧ ଟେବୁଲ୍-ଚାମଚ
ପିଆଜ-ସ୍ଲାଇସ୍
ଟମାଟୋ-ସ୍ଲାଇସ୍
କାକୁଡି-ସ୍ଲାଇସ୍
କଦୁକସ୍କରା ଗାଜର -ଅଳ୍ପ
ବଟର୍-୧ ବା ୨ ଛୋଟ ଚାମଚ
ପଣାଳୀ:
ପିଜ୍ଜା ବ୍ରେଡ୍ରେ ବଟର୍ ଲଗାଇ ସେକନ୍ତୁ | ଉପରେ ଭଲକରି ଚାରିଆଡେ ଟମାଟୋ ସସ୍ ଲଗାଇଦିଅନ୍ତୁ | ସ୍ଲାଇସ୍ ସାଲାଡ୍ ସଜାଇ କୋରା ଗାଜର ଓ କୋରା ଚିଜ୍ ଏହା ଉପରେ ପକାନ୍ତୁ | ଆଉ ଅଳ୍ପ ବଟର୍ ଛିଞ୍ଚି ମାଇକ୍ରୋୱେବ୍ରେ ୫ ମିନିଟ୍ ଗ୍ରୀଲ୍ କରନ୍ତୁ | କଢି ଧାରୁଆ ଛୁରୀରେ ୪ ପିସ୍ କରି କାଟିଦିଅନ୍ତୁ ଏବଂ ଗରମ ଗରମ ଗରମ ସର୍ଭ କରୁନ୍ତୁ |