
ସାମଗ୍ରୀ:
ଧୁଆ କଟା ପାଳଙ୍ଗ ଶାଗ-୩ କପ୍
ଚୂନାକଟା ଆଳୁ-୧ ଟେବୁଲ୍-ଚାମଚ
ଚୂନାକଟା ପିଆଜ-୧ ଟେବୁଲ୍-ଚାମଚ
ଚୂନାକଟା ଲଙ୍କା- ୧ ଚାମଚ
ଚୂନାକଟା ଭଜା ପନୀର-୧ ଟେବୁଲ୍-ଚାମଚ
ସୋରିଷ ତେଲ -୧ ଚାମଚ
ଜିରା-୧/୨ ଚାମଚ
ହଳଦି/ଲୁଣ-ସ୍ୱାଦାନୁସାରେ
ପ୍ରଣାଳୀ:
କରେଇରେ ତେଲ ଗରମ କରି ଜିରା ଫୁଟାନ୍ତୁ | ଲଙ୍କା ,ଆଳୁ ପକାଇ ୨-୩ ମିନିଟ୍ ଭାଜନ୍ତୁ | ତା ପରେ ପିଆଜ ଓ ପନୀର୍ ପକାଇ ପିଆଜ ଟିକେ ନରମ ହେଲେ କଟା ଶାଗ ପକାଇ ଭାଜନ୍ତୁ | ଲୁଣ ହଳଦି ପକାଇ ଗୋଳାଇ ନରମ ହବାଯାଏଁ ଖୋଲାରେ ରାନ୍ଧନ୍ତୁ ପାଣି ମରିବାଯାଏଁ | ଗରମ ଗରମ ଖାଆନ୍ତୁ |