
ସାମଗ୍ରୀ :
ଅରୁଆଚାଉଳ- ୨ କପ୍
ନୂଆ ତେନ୍ତୁଳି – ଦୁଇ ପୁଟ
ଚୀନାବାଦାମ -୧୨ ଟା
କାଜୁବାଦାମ-୧୨ ଟା
ବୁଟଡାଲି -୧ ଟେବୁଲ୍ ଚାମଚ
ବିରି ଡାଲି -୧ ଟେବୁଲ୍ ଚାମଚ
ଲାଲ୍ଲଙ୍କା-୨ଟା
ଜିରା-୧/୨ ଚା ଚାମଚ
ରିଫାଇନ୍ ତେଲ -୨ ଟେବୁଲ୍ ଚାମଚ
କଞ୍ଚାଲଙ୍କା – ୪ଟା
ଅଦା- ଅଧ ଇଞ୍ଚର
ଭୃସଙ୍ଗପତ୍ର – ୨ ପାଖୁଡା
ସୋରିଷ- ୧/୨ ଚା ଚାମଚ
ଲୁଣ,ହଳଦୀ -ପରିମାଣଅନୁସାରେ
ହେଙ୍ଗୁ – ଟିପେ
ପ୍ରଣାଳୀ :
ଅରୁଆଚାଉଳରେ ଭାତ ରାନ୍ଧିଦିଅ । ତେନ୍ତୁଳିର ରସ ବାହାର କରି ରଖ । ଅଦା , କଞ୍ଚାଲଙ୍କା କାଟି ରଖ । ତେଲ ଦିଅ । କାଜୁ ,ଚୀନାବାଦାମ ,ବୁଟଡାଲି ଓ ବିରିଡାଲି ଟିକେ ଭାଜି ଲାଲ୍ଲଙ୍କା ,ସୋରିଷ ଓ ଜିରା ଫୁଟାଅ । ହେଙ୍ଗୁ ଓ ଭୃସଙ୍ଗ ପତ୍ର ଦିଅ । ଅଦା ଓ କଞ୍ଚାଲଙ୍କା କଟା ଦିଅ । ସେଥିରେ ଭାତ, ଲୁଣ , ହଳଦୀ ଓ ତେନ୍ତୁଳି ରସ ଦେଇ କମ୍ ନିଆଁରେ ମିଶାମିଶି କରି ଭାଜି ଭାଜି ଓହ୍ଲାଇ ଖାଇବାକୁଦେବ । ଟ୍ରେନ୍ ବସ୍ରେ ଯିବାବେଳେ ଏହାକୁ ପ୍ୟାକ୍ କରି ନେଇପାରିବ । ସୋରିଷ ନ ଫୁଟାଇ କେବଳ ଜିରା ଫୁଟାଇ ପାରିବ ।