
ସାମଗ୍ରୀ :
କ୍ଷୀର- ୧ ଲିଟର
ଚକୋଲେଟ୍ ପାଉଡର-୨ ଚାମଚ
ଚିନି ଗୁଣ୍ଡ-ଟେବୁଲ୍-ଚାମଚ
ଭାନିଲା ଏସେନସ୍-୪ ବୁନ୍ଦା
କ୍ରୀମ୍- ୨ ଟେବୁଲ୍-ଚାମଚ
ଚକୋଲେଟ୍ ଗୁଣ୍ଡ- ୧ ଟେବୁଲ୍-ଚାମଚ
(କ୍ୟାଡ୍ବରୀ ଚକୋଲେଟ୍କୁ ଗୁଣ୍ଡ କରନ୍ତୁ )
ଆରାରୁଟ୍ ପାଉଡର-୧ ଟେବୁଲ୍-ଚାମଚ
ପ୍ରଣାଳୀ:
କ୍ଷୀରକୁ ଫୁଟାଇ ଅଧା କରନ୍ତୁ | ଆରାରୁଟ ପାଉଡରକୁ ଥଣ୍ଡା କ୍ଷୀରରେ ଗୋଳାଇ ଏଥିରେ ଢାଳି ମିଶାନ୍ତୁ | ଚିନି ଓ ଚକୋଲେଟ୍ ପାଉଡର ମିଶାଇ ବହଳିଆ ହେବାଯାଏ ଘାଣ୍ଟନ୍ତୁ |ହୋଇଗଲେ ଏସେନସ୍ ଓ କ୍ରୀମ୍ ମିଶାଇ କାଢି ବ୍ଲେଣ୍ଡ କରନ୍ତୁ | ଏଥିରେ କପ୍ରେ ଭରି ଉପରୁ ଚକୋଲେଟ୍ (ଦରକୁଟା) ପକାଇ ପୁଣି ସେଟ୍ କରିବାକୁ ଫ୍ରିଜ୍ରେ ରଖନ୍ତୁ |