
ସାମଗ୍ରୀ :
ଛୋଟ ଛୋଟ ବାଇଗଣ -୬ଟା
ଧନିଆ ଗୁଣ୍ଡ -୨ ଟେବୁଲ୍ ଚାମଚ଼
ଲଙ୍କା ଗୁଣ୍ଡ – ୧/୨ ଚା ଚାମଚ
ମହୁରି ଛେଚ଼ା -୧ ଚା ଚାମଚ଼
ଜିରା ଟିପେ
ପରିମାଣ ଲୁଣ, ହଳଦୀ
ରିଫାଇନ୍ ତେଲ -୨ ଟେବୁଲ୍ ଚା ଚାମଚ଼
ପ୍ରଣାଳୀ :
ବାଇଗଣ ଭୁଣ୍ଡି ପାଖ ଠିକ୍ ଥିବ। ତଳପଟୁ ଚାରି ଭାଗ କରି କାଟିବ । ଗୋଟିଏ ତାଟିଆରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ମହୁରୀ ଛେଚ଼ା, ଜିରା ଓ ଲୁଣ ହଳଦୀଜକୁ ଗୋଟିଏ ଚା ଚାମଟ଼ ତେଲ ଓ ଗୋଟେ ଟେବୁଲ୍ ଚାମଟ଼ ପାଣି ଦେଇ ମିଶାଇ ନେଇ ବାଇଗଣ ଭିତରେ ପୂରାଇ ନିଅ | କରେଇରେ ତେଲ ଗରମ କରି ମସଲା ପୁର ଦିଆ ବାଇଗଣଗୁଡ଼ିକୂ ଛାଡ଼ିଦିଅ । ଏହାକୁ ଢାଙ୍କି ଦିଅ । ପାଞ୍ଚମିନିଟ୍ ପରେ ଆସ୍ତେ ଆସ୍ତେ ବାଇଗଣଗୁଡ଼ିକ ଓଲଟ ପାଲଟ କରି ପୁଣି ଢାଙ୍କିଦିଅ । ବାଇଗଣ ସିଝି ନରମ ହୋଇଗଲେ ଏହା ଓହ୍ଲାଇ ଦିଅ ।