
ସାମଗ୍ରୀ :
ମଇଦା -ତିନି କପ୍
ନଡ଼ିଆ -ଫାଳେ
ଚିନି – ଦୁଇ ଟେବୁଲ ଚାମଚ
ମିଲ୍କ ପାଉଡର – ଦୁଇ ଟେବୁଲ ଚାମଚ
ଗୁଜୁରାତି -ଚାରିଟା
ଛାଣିବାପାଇଁ ତେଲ
21
ନଡ଼ିଆ କୋରି ନିଅ । ସେଥ୍ରେ ମିଲ୍କ ପାଉଡର, ଚିନି ଓ ଗୁଜୁରାତି କୁଣ୍ଡ ପକାଇ କରେଇରେ ରଖି ଅଳ୍ପ ଅଳ୍ପ ଭଜା ଭଜା କରି ନିଅ । ଏହାଜୁ ଦଶ ଭାଗ କରିନିଅ । ମଇଦାରେ ଦୁଇ ଟେବୁଲ ଚାମଚ ରିଫାଇନ୍ ତେଲ ଓ ଟିକେ ଲୁଣ ଦେଇ ଭଲଭାବରେ ମିଶାଇ ଚକଟି ନିଅ । ଏହାକୁ ଦଶ ଭାଗ କର । ମଇଦା ଗୁଳାରେ ଛୋଟ ଛୋଟ ଲୁଚି ବେଲି ନିଅ । ସେଥିରେ ଗୋଟିଏ ଭାଗ ନଡ଼ିଆ ପୂର ଦେଇ ଲୁଚିକୁ ଅର୍ଦ୍ଧଚନ୍ଦ୍ରପରି ଭାଙ୍ଗି ନିଅ । ସାଇଡ୍ରେ ଅଳ୍ପ ପାଣି ଦେଇ ଚାପି ଚାପି ଦିଅ । ଇଚ୍ଛା ହେଲେ ଚାପି ଚାପି ମୋଡ଼ି ମୋଡ଼ି ଦେବେ ।
ଆଠଟା ପେଡ଼ା ଭାଙ୍ଗି ଗୁଣ୍ଡ ଗୁଣ୍ଡ କରିଦେବ । ମୁଠାଏ କିସ୍ମିସ୍, ମୁଠାଏ କାଜୁ ଭଙ୍ଗା ସେଥ୍ରେ ଭଲଭାବରେ ମିଶାଇ ଦଶଭାଗ କରି ଖୁଆ କାକରା ବନାଇ ପାରିବ । ସେଥିରେ୍ ଚିନିଟା ଗୂଜୂରାତି ଗୁଣ୍ଡ କରି ଦେବ ।