
ସାମଗ୍ରୀ :
ମଇଦା – ଏକ କପ୍
ପାଚିଲା କଦଳୀ – ଛ’ଟା
ମହୁରି – ଏକ ଚାମଚ
ଚିନି – ଅଧା ଜପ୍
ରିଫାଇନ୍ ତେଲ – ଛାଣିବାପାଇଁ
ସୋଡ଼ା – ଟିପେ
ପ୍ରଣାଳୀ :
ଘରେ କଦଳୀ ଯେତେବେଳେ ବଳିଯାଇ ପଚିବାକୁ ଆରମ୍ଭ କରିବ ସେତେବେଳେ ଏହି ବରା କରିଦେଲେ କଦଳୀ ନଷ୍ଟ ହେବନି । ଏମିତିରେ ବି ଯେତେବେଳେ ଇଚ୍ଛା କରିପାର । ଉପାସ ଦିନମାନଙ୍କରେ ଏହା କରିବାକୁ ସହଜ ।କଦଳୀକୁ ଚକଟି ନେବ । ସେଥୁରେ ମଇଦା ଚିନି, ସୋଡ଼ା ଓ ମହୁରି ଭଲଭାବରେ ମିଶାଇ ଦେବ । କରେଇରେ ତେଲ ଗରମ କରି ଛୋଟ ଛୋଟ ବରା ଛାଣି ନେବ ।