
ସାମଗ୍ରୀ :
ବୁଟ ଡାଲି- ୧ କପ୍
ଚୋପାଛଡ଼ା ଗୋଟା ବିରି-୧/୨ କପ୍
ତଡ଼କା ମୁଗ (ଗୋଟା) -୧/୨ କପ୍
ବଡ଼ ପିଆଜ -୨ଟି (କଟା)
ଛେଚା ଅଦା-ରସୁଣ – ୧ ଟେ. ଚାମଚ
ଛୋଟକଟା କଞ୍ଚାଲଙ୍କା -୪ଟି
ଗୋଲମରିଚ ଓ ଡାଲ୍ଚିନି ଗୁଣ୍ଡ – ୧/୨ ଚାମଚ
`ଅଣ୍ଡା- ୨ଟି
ହଳଦି- ୧/୨ ଚାମଚ
ଲୁଣ – ସ୍ଵାଦାନୁସାରେ
କସ୍ତୁରୀ ମେଥ – ଅଳ୍ପ
ରାଇ ସୋରିଷ -୧ ଚାମଚ
ଚିନି – ୧/୨ ଚାମଚ
ବଟର୍-_୧ ଚାମଚ
ଟମାଟୋ କଟା – ୧/୨ କପ୍
ପ୍ରଣାଳୀ :
ଡାଲିସବୁକୁ ୩ ଘଣ୍ଟା ପାଣିରେ ବତୁରାଇ କୁକର୍ରେ ହଳଦି, ଲୁଣ, ପାଣି ଦେଇ ୨ଟି ସିଟି ମାରି ସିଝାଇ ରଖନ୍ତୁ । କରେଇରେ ତେଲ ଗରମ କରି ସୋରିଷ ଫୁଟାନ୍ତୁ । କଟାଲଙ୍କା, ଛେଚା ଅଦା ରସୁଣ ପକାଇ ବାସ୍ନା ବାହାରିବାଯାଏଁ ( ୨-୩ ମିନିଟ୍) ଭାଜନ୍ତୁ । ଏଥର ପିଆଜ ପକାଇ ଲୁଣ ଦେଇ ଆଉ ୫ ମିନିଟ୍ ଭାଜନ୍ତୁ । ପିଆଜ ନରମ ହୋଇଗଲେ କଟା ଟମାଟୋ ପକାଇ ୨-୩ ମିନିଟ୍ ଭାଜନ୍ତୁ । ଏଥର ଅଣ୍ଡା ଫଟାଇ ଏଥରେ ପକାଇ ଘାଣ୍ଟନ୍ତୁ । ଅଣ୍ଡା ହୋଇଗଲେ ଡାଲିସିଝା, କସ୍ତୁରୀ ମେଥୁ,ଡାଲ୍ଚିନି ଓ ଗୋଲମରିଚ ଗୁଣ୍ଡ ପକାଇ ୫ ମିନିଟ୍ ଫୁଟାନ୍ତୁ । ପ୍ଲେଟ୍କୁ କାଢ଼ି ଉପରେ ବଟର୍ ପକାନ୍ତୁ । ଗରମଗରମ ରୁଝିଁ ବା ନାନ୍ ସହ ପରଶନ୍ତୁ ।