ସାମଗ୍ରୀ:
୨କପ୍ ସୋଳାଡାଲି
ଛୋଟ କଂସାରେ କଂସାଏ ପରିବା କଟା(କଖାରୁ,କଦଳୀ,ଖଡା,ଆଳୁ,ବାଇଗଣ,ବଡି କିମ୍ବା ଘରେ ଯାହା ପରିବା ଥିବ
୬ଟା କଞ୍ଚାଲଙ୍କା
୧ଟା ଶୁଖିଲା ଲଙ୍କା
୧ ଚାମଚ ଫୁଟଣ
ଛୋଟ ଖଣ୍ଡେ ଅଦା
୧ଟେବୁଲ୍ ଚାମଚ ତେଲ
୧ଚାମଚ ଜିରାଗୁଣ୍ଡ
ଦରକାର ମୁତାବକ ଲୁଣ ଓ ହଳଦୀ |
ପ୍ରସ୍ତୁତି:
ଡାଲି କଟା ପରିବା:ଲୁଣ ଓ ହଳଦୀ ଦେଇ ସିଝାଅ |ଡାଲି ଓ ପରିବା ସିଝିଗଲେ ଓହ୍ଲାଇ ରଖ |ସେଥିରେ କଞ୍ଚାଲଙ୍କା ଚିରିକରି ପକାଅ |ତେଲରେ ଲଙ୍କା,ଫୁଟଣ ଦେଇ ଡାଲି ବଘାରି ଦିଅ |ଅଦା ବଟା ଓ ଜିରାଗୁଣ୍ଡ ଦେଇ ଓହ୍ଲାଇ ନିଅ |