
ସାମଗ୍ରୀ :
ସାଗୁ- ୨୫୦ ଗ୍ରାମ୍
ଲୁଣ – ଆବଶ୍ୟକ ମୁତାବକ
ପାଣି – ଆବଶ୍ୟକ ମୁତାବକ
ସୋଢ଼ା-୧/୪ଚାମଚ (ଛୋଟ)
କଳାଜିରା – ୨ ଚାମଚ
ଲଙ୍କାଗୁଣ୍ଡ- ୧ ଚାମଚ
ପ୍ରଣାଳୀ:
ସାଗୁକୁ ଗ୍ରାଇଣ୍ଡରେ ଗୁଣ୍ଡ କରିଦିଅନ୍ତୁ । ପାଣି ଗରମ କରି ସାଗୁଗୁଣ୍ଡ ମିଶାଇ ରାନ୍ଧନ୍ତୁ । ସେଥିରେ ଲୁଣ, କଳାଜିରା ଓ ଲଙ୍କାଗୁଣ୍ଡ ମିଶାଇ ବହଳିଆ (ଅଳ୍ପ) ହେବାଯାଏଁ ରାନ୍ଧନ୍ତୁ । ଶେଷରେ ସୋଢ଼ା ମିଶାନ୍ତୁ । ଥଣ୍ଡାହେଲାପରେ ଟିଣରେ ତେଲ ଲଗାଇ ପତଳା ପତଳା କରି ଆଣ ପକାନ୍ତୁ । ଭଲକରି ଶୁଖାଇ ଡବାରେ ଭରି ରଖନ୍ତୁ ।