Latest NewsOriya Health TipsOriya Tips

ଶୀତ ଦିନେ ନିଜକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ନିମ୍ନରେ ପ୍ରଦତ୍ତ କେତୋଟି ଉପାୟ

Odia Tips for Winter in Odisha

ବର୍ତ୍ତମାନ ଶୀତରେ ସାରା ଓଡିଶା ଥରୁଛି| ଶୀତ ଋତୁର ହାଡ ଭଙ୍ଗା ଶୀତ ଲହରୀରେ କେବଳ ଦେହ ଥରିଯାଏ ତାହା ନୁହେଁ ବରଂ ଏହି ଋତୁରେ ଅତ୍ୟଧିକ ଥଣ୍ଡା ଅନୁଭୁତ ହେତୁ ଆମେ ଥଣ୍ଡା,ଛିଙ୍କ,କାଶ,ମୁଣ୍ଡ ବ୍ୟଥା ଆଦି ନାନା ସର୍ଦ୍ଦିଜନିତ ସମସ୍ୟା ଭୋଗ କରୁ | ଏହା ସହ ଆମ ଶରୀରରେ ଶୁଷ୍କତା ହେତୁ ହାତ, ପାଦ,ଓଠ ଫାଟିବା, କେଶରେ ରୁପି ହେବା, ତ୍ବଚାର ନମନୀୟତା ହ୍ରାସ ପାଇ ଏହା ରୁକ୍ଷ ଓ ନିସ୍ତେଜ ଦେଖାଯିବାର ସମସ୍ୟା ମଧ୍ୟ ଦେଖାଯାଏ ଯାହା ଫଳରେ ଆମ ଶରୀରର ଔଜଲ୍ୟତା ହ୍ରାସ ପାଏ| ଶୀତ ଦିନେ ଏହି ସବୁ ସମସ୍ୟାରୁ ଆପଣ କିପରି ସହଜ ଓ ସରଳ ଉପାୟରେ ରକ୍ଷା ପାଇ ସୁସ୍ଥ ରହି ନିଜ ଶରୀରର ସୌନ୍ଦର୍ଯ୍ୟକୁ ବଜାୟ ରଖି ପାରିବେ ସେ ବିଷୟରେ ଆମେ ଆପଣଙ୍କୁ ଏଠାରେ ଜଣାଇବୁ |

  1. ଶୀତ ଦିନେ ସର୍ଦ୍ଦିଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ନିଜ ଖାଦ୍ୟରେ ଲେମ୍ବୁ, କମଳା,ମୂଳା,ଧନିଆପତ୍ର,ପାଳଙ୍ଗ ଶାଗ, ପୁଦିନା,ବନ୍ଧାକୋବି,ବ୍ରୋକଲି,ଗ୍ରୀନ ମଟର, ସାଲାଡ,ସଜ ଦହି ଆଦି ସାମିଲ କରନ୍ତୁ |
  2. ଗୋଲମରିଚ, ଲବଙ୍ଗ,ଅଦା,ମେଥି, ଡାଳଚିନି,ଅଳେଇଚ,ଜାଇଫଳ,ତେଜପତ୍ର,ହେଙ୍ଗୁ,ଜୁଆଣୀ ଆଦି ମସଲା ଓ ଗୁଆ ଘିଅ,ମହୁ ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ| ଏହା ଶରୀରକୁ ଭିତରୁ ଗରମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ପ୍ରାକୃତିକ ଭାବେ ବଢାଇ ଥାଏ|
  3. ରେଫ୍ରିଜେରଟରରେ ଥିବା ଫଳ,ପାଉଁରୁଟି ବା ଅନ୍ୟ କୌଣସି ଖାଦ୍ୟ ସଙ୍ଗେ ସଙ୍ଗେ ରେଫ୍ରିଜେରଟରରୁ ବାହାର କରି ଖାଆନ୍ତୁ ନାହିଁ |
  4. ତେଲ ମସଲାଯୁକ୍ତ ଗରିଷ୍ଠ ଖାଦ୍ୟ ନଖାଇ ବିଶେଷ କରି ମିନେରାଲ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଖାଦ୍ୟ ଖାଆନ୍ତୁ |
  5. ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଯାହା ଶରୀରର ଶୁଷ୍କତା ଦୂର କରିବା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ ରଖିବାରେ ସାହାଯ୍ୟ କରିବ| ଶୀତ ଦିନେ ପାଣିକୁ ସାମାନ୍ୟ ଉଷୁମ କରି ପିଇବା ଶରୀର ପ୍ରତି ଅଧିକ ଲାଭଦାୟକ |
  6. ସର୍ଦ୍ଦିଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ନିଦ୍ରା ଯିବା ପୂର୍ବରୁ ପାଦକୁ ଗରମ ପାଣିରେ(ଯେତିକି ଗରମ ଆପଣ ସହି ପାରିବେ)ଚାମଚେ ଲୁଣ ପକାଇ ପାଦକୁ ୧୫-୨୦ ମିନିଟ ପର୍ଯ୍ୟନ୍ତ ବୁଡାନ୍ତୁ |ଏହି ଉପାୟ ପାଦ ଫାଟିବା ସମସ୍ୟା ମଧ୍ୟ ଦୂର କରି ପାରିବ |
  7. ସାମାନ୍ୟ ଉଷୁମ କ୍ଷୀର ପିଅନ୍ତୁ ଯାହା ସୁନିଦ୍ରା କରାଇବାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିବ |
  8. ଶାରୀରିକ ସୌନ୍ଦର୍ଯ୍ୟ ପାଇଁ ଲହୁଣୀ,ଲେମ୍ବୁ,ମୁଲତାନିମାଟି,ଗୋଲାପଜଳର ମିଶ୍ରଣ ପ୍ରସ୍ତୁତ କରି ମୁହଁ ଓ ବେକରେ  ସପ୍ତାହରେ ୩-୪ଥର ଲେପ ଦିଅନ୍ତୁ  |ଏହି ଲେପକୁ ଅତିକମରେ ଅଧ ଘଣ୍ଚା ପର୍ଯ୍ୟନ୍ତ ରଖି ଉଷୁମ ପାଣିରେ ଧୁଅନ୍ତୁ|
  9. ଶରୀରରେ ଅଲିଭତେଲ,ଆଲମଣ୍ଡ ତେଲ,ନଡିଆତେଲ ବା ସୋରିଷ ତେଲ ମାଲିସ କରନ୍ତୁ | ଶରୀରରେ କୌଣସି ହର୍ବାଲ ବଡି ଲୋସନ ଏବଂ ପାଦ ଓ ଓଠରେ ନିୟମିତ ପେଟ୍ରୋଲିୟମ ଜେଲି ଲଗାନ୍ତୁ |
  10. ରୁପି ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମୁଣ୍ଡରେ କର୍ପୁର ମିଶା ଉଷୁମ ନଡିଆ ତେଲ ଓ ଲେମ୍ବୁ ରସ ନିୟମିତ ବ୍ୟବହାର କରନ୍ତୁ |
  11. ଯଥା ସମ୍ଭବ ଶରୀରକୁ ଶୀତ ବସ୍ତ୍ର ଦ୍ବାରା ଆବୃତ କରି ରଖନ୍ତୁ|

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X