ସାମଗ୍ରୀ
(୨୫୦ ଗ୍ରାମ ରୋହି ମାଛ, ଗୋଟିଏ ପିଆଜ, ଦେଢ଼ ସେମି ଅଦା,
୫ଟା କଞ୍ଚାଲଙ୍କା, କିଛି ଧନିଆପତ୍ର, ୨ କପ୍ ମଇଦା, ୨ କପ୍ ବାଦାମ ତେଲ,
ଦରକାର ମୁତାବକ ଲୁଣ ।
ପ୍ରସ୍ତୁତି : ୧ ଟେବୁଲ ଚାମଚ ତେଲ ଦେଇ ଗରମ କରି ମାଛକୁ ଭାଜି ନିଅ ।
ଭଜା ମାଛରୁ କଣ୍ଟା ବାଛି ପରିଷ୍କାର କରିଚକଟି ନିଅ । ମାଛ ଭଜାରୁ ବଳିଥିବା ତେଲରେ
ପିଆଜ କଟା ପକାଇ ଟିକେ ଭାଜ । ସେଥିରେ ଅଦା, କଞ୍ଚାଲଙ୍କା କଟା ଓ ଧନିଆପତ୍ର
ସହ ମାଛ ପକାଇ ଭଲ ରୂପେ ଭାଜି ରଖ । ଏହା ହେଲା ସିଙ୍ଗଡ଼ାର ପୂର । ଏଇ ପୁର
ଦେଇ ସିଙ୍ଗଡ଼ା ତିଆରି କରିବ ।