ସାମଗ୍ରୀ:
୫୦୦ ଗ୍ରାମ୍ ବଡ ରୋହି ମାଛ
୨ଟା ପିଆଜ
୩ସେ.ମି.ଅଦା
୬ଟା ଟା କଞ୍ଚାଲଙ୍କା
୧କପ୍ ଦହି
୨ଚାମଚ ଜିରା
୨ଟା ତେଜପତ୍ର
୧ଚାମଚ ଗରମ ମସଲାଗୁଣ୍ଡ
୧ଟେବୁଲ୍ ଚାମଚ ଘିଅ
ଅଧକପ୍ ତେଲ
୧କପ୍ ନଡିଆ କୋରା
୧ଟେବୁଲ୍ ଚାମଚ ପୋସ୍ତକ
୧ ଚାମଚ ଚିନି
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତି:
ମାଛ ନରମ ଭଜା କରି ପିଆଜ ,ଅଦା,ଜିରା,ଲଙ୍କା ଓ ତେଜପତ୍ର ବାଟିରଖ |ନଡିଆ,ପୋସ୍ତକ ଅଲଗା ବାଟିରଖ |ଦହିରେ ଲୁଣ ,ହଳଦୀ,ଚିନି ଦେଇ ନଡିଆ ଓ ପୋସ୍ତକ ବଟାରେ ମିଶାଇ ରଖ |ମାଛ ଭାଜିଲା ପରେ ସେଇ ତେଲରେ ଭାଜି ହେଲେ ସେଥିରେ ନଡିଆ ବଟା ଓ ଦହି ମିଶ୍ରଣ ଦିଅ |ମାଛ ଭଜା ପକାଇ ପାଞ୍ଚ ମିନିଟ୍ ଫୁଟାଇ ତରକାରୀ ଓହ୍ଲାଇ ଦିଅ |ସେଥିରେ ଘିଅ ଓ ଗରମ ମସଲା ପକାଇ ଗରମ ଗରମ ଖାଇବାକୁ ଦିଅ |