
ସାମଗ୍ରୀ :
ବନ୍ଧାକୋବି – ୧/୨ କେ.ଜି
ଅଦା -୧/୨ ଇଞ୍ଚ
କଞ୍ଚାଲଙ୍କା – ୬ଟା
ଧନିଆଗୁଣ୍ଡ- ୧ ଟେବୁଲ୍ ଚାମଚ଼
ଜିରାଗୁଣ୍ଡ -୧ ଚା ଚାମଟଚ଼
ଗୁଜରାତି -୨ଟା
ଡାଳଚ୍ରିନି -୨ ଖଣ୍ଡ
ତେଜପତ୍ର -୨ଟା
ପରିମାଣ ଲୁଣ ଓ ହଳଦୀ
ତେଲ -୨ ଟେବୁଲଚାମଚ
ପ୍ରଣାଳୀ :
ବନ୍ଧାକୋବି ସରୁ ସରୁ କାଟ । ଅଦା ଓ କଞ୍ଚାଲଙ୍କା ଚୂନା ଚୂନା କାଟି ରଖ । କରେଇରେ ତେଲ ଗରମ କରି ସେଥିରେ ଗୁଜରାତି ଛଡ଼ାଇ ପକାଅ । ଡାଳଚ୍ରିନି ଓ ତେଜପତ୍ର ପକାଅ । ସେଥରେ ବନ୍ଧାକୋବି କଟା ପକାଅ । ଲୁଣ ଓ ହଳଦୀ ମିଶାମିଶି କରି ଢାଙ୍କି ଦିଅ । କୋବି ସିଝି ଆସିଲେ ସେଥ୍ରେ ଅଦା, କଞ୍ଚାଲଙ୍କା କଟା, ଧନିଆ, ଜିରାଗୁଣ୍ଡ ସବୁ ପକାଇ ମିଶାମିଶି କରି ଢାଙ୍କିଦିଅ । ୫ ମିନିଟ୍ ପରେ ଢାଙ୍କୁଣୀ ଖୋଲି ଭଜା ଭଜା କରି ଓହ୍ଲାଇବ ।