ସାମଗ୍ରୀ:
(୫୦୦ ଗ୍ରାମ୍ ପଣସକଠା, ଗୋଟିଏ ବଡ଼ ପିଆଜ, ଦେଢ଼ ସେମି ଅଦା,
୬ ପାଖୁଡା ରସୁଣ, ୬ ଟା କଞ୍ଚାଲଙ୍କା, ୧ ଚା ଚାମଚ ଗରମ ମସଲା, ୨ କପ୍
ଉଜା ମୁଗ ଡ଼ାଲି, ୪ ଟେବୁଲ ଚାମଚ ଚାଉଳ ଗୁଣ୍ଡ, ଛାଣିବା ପାଇଁ ତେଲ, ଦରକାର
ମୁତାବକ ଲୁଣ ।)
ପ୍ରସ୍ତୁତି : ପଣସ କଠା ବଡ଼ ବଡ଼ କାଟି ନେଇ ଟିକେ ସିଝାଇ ଅଧା ଚକଟା
କରିରଖ । ପିଆଜ, ଅଦା ରସୁଣ ଓ କଞ୍ଚାଲଙ୍କା ଛୋଟ ଛୋଟ କାଟିରଖ |
କଡ଼ାଇରେ ଏକ ଟେବୁଲ ଚାମଚ ତେଲଦେଇ ପିଆଜ କଟା ପ୍ରଭୃତି ଭାଜ । ଭଜା
ଟିକେ ବାଦାମୀ ରଙ୍ଗ ହୋଇ ଗଲେ ସେଥ୍ରେ ପଣସକଠା ଚକଟା ପକାଅ । ଗରମ
ମସଲା ପକାଇ ୫ମିନିଟ୍ ଭାଜ | ଭଜାଟା ଶୁଖିଲା ହେବା ଉଚିତ୍ । ମୁଗଡାଲି ଅଳ୍ପ
ପାଣି ଦେଇ ସିଝାଅ । ସିଝିଗଲେ ବିନା ପାଣିରେ ଶିଳରେ ଶୁଖିଲା ବାଟିନିଅ ।
ସେଥିରେ ଚାଉଳ ଗୁଣ୍ଡ ଓ ଲୁଣ ମିଶାଇ ଭଲ ଭାବରେ ଚକଟି ନିଅ । ଛୋଟ ଛୋଟ
ଗୁଳା ଟିକେ ଟିକେ ଧରି ପତଳା ମଣ୍ଡାପିଠା ଖୋଳ ପରି କରିବ । ସେଥିରେ କିଛି
ପଣସ କଠା ପୁର ଦେଇ ବନ୍ଦ କରି ଓ ଭଲ ସାଇଜ କରି ରଖ । ତେଲ ଗରମ
ହେଲେ ଚପ୍ ଗୁଡ଼ିକ ଛାଣିବେ ।