ସାମଗ୍ରୀ:
ଗୋଟିଏ ଛୋଟ ନଡିଆ
ଅଧକପ୍ ଅରୁଆ ଚାଉଳ
୧ଚାମଚ ଜିରା
୮ଟା କଞ୍ଚାଲଙ୍କା
ଛାଣିବା ପାଇଁ ତେଲ
ଦରକାର ମୁତାବକ ଲୁଣ
ପ୍ରସ୍ତୁତି:
ନଡିଆ ଭାଙ୍ଗି କୋରିନିଅ |ଚାଉଳ ୧ଘଣ୍ଟା ଭିଜାଇ ରଖ |ଭିଜା ଚାଉଳ ନଡିଆ କୋରା ,ଜିରା,କଞ୍ଚାଲଙ୍କା ଭଲ ଭାବରେ ବାଟିନିଅ |ତେଲ ଗରମ ହେଲେ ଛୋଟ ଛୋଟ ଚେପ୍ଟା ବରା ଛାଣିନିଅ |