
ସାମଗ୍ରୀ :
ଭେଣ୍ଡି -୨୫୦
ଦହି -୧ କପ୍
ଟିପେ ସୋରିଷ
ଟିପେ ଜିରା
କଞ୍ଚାଲଙ୍କା -୬ ଟା
ଲାଲ୍ଲଙ୍କା -୧ଟା
ଅଦାଛେ ଚ଼ା ଅଳ୍ପ
ନଡ଼ିଆକୋରା – ୧ / ୨ କପ୍
ଭୃସଙ୍ଗପତ୍ର -୨ ପାଖୁଡ଼ା
ରିଫାଇନ୍ ତେଲ – ୨ ଟେବୁଲ ଚାମଟ଼
ପରିମାଣ ଲୁଣ
ଭଜା ଜିରା ଗୁଣ୍ଡ -୧ ଚା ଚାମଟ଼
ପ୍ରଣାଳୀ :
ଭେଣ୍ଡି ଧୋଇ ନେଇ ପତଳା ପତଳା କାଟ । ଦହିରେ ୧ କପ୍ ପାଣି ଓ ଲୁଣ ଦେଇ ଫେଣ୍ଡ ରଖ । ସେଥିରେ ଅଦାଛେ ଚ଼ା, କଞ୍ଚାଲଙ୍କା କଟା ଓ ନଡ଼ିଆ କୋରା ପକାଅ । କରେଇରେ ତେଲ ଗରମ କରି ଲାଲ୍ଲଙ୍କା, ସୋରିଷ ଓ ଜିରା ଫୁଟାଅ | ସେଥ୍ରେ ଭୃସଙ୍ଗପତ୍ର ଓ ଭେଣ୍ଡି କଟା ପବାଅ । ଲୁଣ ଦେଇ ପୂରା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜ । ଏହି ଭେଣ୍ଡିଭଜାକୁ ଖାଇବାକୁ ଦେଲାବେଳେ ଦହିରେ ମିଶାଇ ଖାଇବାକୁ ଦେବ ।