
ସାମଗ୍ରୀ :
ଭଲ ସଫା ଟାଣ କ୍ୟାପ୍ ମସ୍ରୁମ–.୫୦୦ ଗ୍ରାମ୍
ଭଜା ପିଆଜ ବଟା— ୧ ଟେବୁଲ୍-ଚାମଚ
ଅଦା, ରସୁଣ (ଛୋଟକଟା)-_- ୧ ଟେବୁଲ୍-ଚାମଚ
କଞ୍ଚାଲଙ୍କା—୪ଟି (ମଝିଚିରା)
ଟମାଟୋ ପ୍ୟୁରୀ— ୧ ଟେବୁଲ୍-ଚାମଚ
ସୋରିଷ ତେଲ—-୧ ଟେବୁଲ୍-ଚାମଚ
କ୍ଷୀର— ୧ ଟେବୁଲ୍-ଚାମଚ
ସାଫ୍ରନ୍- ୧ ଚିମୁଟା
ଜାଇତ୍ରୀ, ଜାଇଫଳ, ଗୁଜୁରାତି (ଛୋଟ) , ଡାଲ୍ଟିନି ଗୁଣ୍ଡ-୧/୨ ଚାମଚ
କାଜୁବଟା– ୧ ଟେବୁଲ୍-ଚାମଚ
ଗୋଟା କାଜୁ -୭-୮ଟି
ଲୁଣ, ହଳଦି, ଲଙ୍କାଗୁଣ୍ଡ-_ସ୍ବାଦାନୁସାରେ
ବଡ଼ ପିଆଜ-_ ୧ଟି (ସରୁ ଲମ୍ବାକଟା)
ଫ୍ରେସ୍ କ୍ରୀମ୍–୧ ଟେବୁଲ୍-ଚାମଚ
ପ୍ରଣାଳୀ :
ଛତୁକୁ ବାଛି ଧୋଇ ମଝିରୁ ଦୁଇଫାଳ କରି କାଟି ପାଣି ନିଗାଡ଼ି ରଖନ୍ତୁ । ନନ୍ଷ୍ଟିକ୍ ହାଣ୍ଡିଅ ଘୋଡ଼ଣୀ ଥୁଲାବାଲା ବା ମାଟିହାଣ୍ଡି ନୂଆଟିଏ ନିଅନ୍ତୁ । ସୋରିଷ ତେଲ ପକାଇ ଗରମ ହେବାପରେ କଟା ପିଆଜ ଓ ଲଙ୍କା ପକାଇ ଟିକେ ଲୁଣ ଦେଇ ନରମ ହେବାଯାଏଁ ଭାଜନ୍ତୁ । ଏଥର ଅଦା ଓ ରସୁଣ କଟା ପକାଇ ଆଉ ୫ ମିନିଟ୍ ଭାଜନ୍ତୁ । ଏଥୁରେ ଟମାଟୋ ପ୍ୟୁରୀ ପକାଇ ହଳଦି, ଲଙ୍କାଗୁଣ୍ଡ ଲୁଣ ଦେଇ ୫-୭ ମିନିଟ୍ କଷନ୍ତୁ । ତା’ପରେ କଟା ମସ୍ରୁମ୍, ` ବତୁରା ଗୋଟା କାଜୁ, ପିଆଜବଟା, କାଜୁବଟା ଦେଇ ଗୋଳାନ୍ତୁ ଓ ଘୋଡ଼ାଇଦିଅନ୍ତୁ | ଫୂଟିଗଲେ ସାଫ୍ରନ୍ମିଶା କ୍ଷୀର, ଗରମ ମସଲା ଗୁଣ୍ଡ ପକାଇ ମିଶାନ୍ତୁ ଓ ଘୋଡ଼ଣୀ ଭଲଭାବେ ବନ୍ଦ କରି କମ୍ ଆଞ୍ଚରେ ବା ଦମ୍ରେ ୧୦ ମିନିଟ୍ ବସାନ୍ତୁ । ହୋଇଗଲେ ଘୋଡ଼ଣୀ କାଢ଼ି ଗୋଳାଇ ଫ୍ରେସ୍ କ୍ରୀମ୍ ଉପରୁ ଦେଇ ଘୋଡ଼ାଇ ରଖନ୍ତୁ । ପ୍ଲେଟ୍ରେ ପରଶିଲାବେଳେ ଉପରେ ଆଉଟିକେ ଫ୍ରେସ୍ କ୍ରୀମ୍, କଟା ଧନିଆ ପତ୍ର ଓ ଭଜା ପିଆଜ ପକାଇ ଗରମ ଗରମ ସର୍ଭ କରନ୍ତୁ ।