
ସାମଗ୍ରୀ :
ଜହ୍ନି-୨୫୦
ଆଳୁ-୧ ଟା
ପୋସ୍ତ-୨ ଟେବୁଲ୍-ଚାମଚ
କଞ୍ଚାଲଙ୍କା-୫ଟା
କଳାଜିରା-୧/୨ ଚା ଚାମଚ
ରିଫାଇନ୍ ତେଲ-୧ ଟେବୁଲ୍ ଚାମଚ
ପରିମାଣ ଲୁଣ
ପ୍ରଣାଳୀ :
ଜହ୍ନି ଓ ଆଳୁ ଚୋପା ଛଡାଇ ଛୋଟ କାଟ | ପୋସ୍ତ ଓ କଞ୍ଚାଲଙ୍କା ବାଟି ନିଅ | କରେଇରେ ତେଲ ଗରମ କରି କଳାଜିରା ଫୁଟାଅ | ସେଥିରେ ଜହ୍ନି ଆଳୁ କଟା ପକାଇ ଲୁଣ ଦିଅ | ଢାଙ୍କି ଦିଅ | ପରିବା ସିଝିଗଲେ ସେଥିରେ ପୋସ୍ତ ବଟା ଦେଇ ଭଜା କରି ଓହ୍ଲାଇ ଦେବ |