ପ୍ରସ୍ତୁତି ସାମଗ୍ରୀ : ୫୦୦ ଗ୍ରା୍ମ୍ ଛତୁ, ୨ଟି କଟା ପିଆଜ, ୨ ଚାମଚ କଟା ରସୁଣ, ୬ଟି ଶୁଖିଲାଲଙ୍କା, ଅଧା ଚାମଚ ଗୁଣ୍ଡ ଗୋଲମରିଚ, ୧ ଚାମଚ ଗୋଟା ଧନିଆ, ଅଧା ଚାମଚ, ଅଦା, ୪ଟି ଲେଖାଏଁ ଡାଲଚିନି ଓ ଗୁଜୁରାତି, ଅଧା କପ୍ ଟମାଟୋ ପ୍ୟୁରୀ, ୧ ଚାମଚ ପୋସ୍ତ, ୧ ଚାମଚ ଦହି, ଅଧା ଚାମଚ ଗୁଣ୍ଡ ହଳଦି, ୨ଟି ଲବଙ୍ଗ, ୧ କପ୍ ଆଳୁ ଓ ମଟର ସିଝା ଏବଂ ସ୍ଵାଦ ଅନୁଯାଯୀ ଲୁଣ ।
ପ୍ରସ୍ତୁତ ପ୍ରଣୀଳୀ : ଛତୁକୁ ଧୋଇ ଦହି, ଗୁଣ୍ଡ ହଳଦି ଓ ଲୁଣ ଦେଇ ମେରିନେଟ୍ କରି ରଖନ୍ତୁ । ପିଆଜ, ରସୁଣ, ଅଦା, ଧନିଆ, ପୋସ୍ତ ଲଙ୍କାକୁ ବାଟି ପେଷ୍ଟ କରନ୍ତୁ | ଡାଲଚିନି, ଗୋଲମରିଚ, ଗୁଜୁରାତି ଓ ଲବଙ୍ଗ ଗୁଣ୍ଡକରି ରଖନ୍ତୁ । କତ଼େଇରେ ତେଲଗରମ କରି ବଟା ମସଲା ପକାଇ କଷନ୍ତୁ । ତେଲରୁ ମସଲା ଛାଡ଼ିଲେ ସେଥିରେ ଟମାଟୋ ପ୍ୟୁରୀ ଓ ଛତୁକୁ ପକାଇ କଷନ୍ତୁ । ତା’ପରେ ଆଳୁ, ମଟର, ଲୁଣ ଓ ସାମାନ୍ୟ ପାଣି ଦେଇ ଫୁଟାନ୍ତୁ । ସିଝିଗଲେ ଗରମ ମସଲା ଗୁଣ୍ଡ ପକାଇ ଗରମ ଗରମ ପରିବେଷଣ କରନ୍ତୁ ।