
ସାମଗ୍ରୀ :
ବାସୁମତୀ ଚାଉଳ-୨ କପ୍
ପାଣି- ୫ କପ୍
ଲୁଣ-୧ଚାମଚ (ଛୋଟ)
ଚିନି-୨ ଟେବୁଲ୍-ଚାମଚ
ସପୁରୀ- (୧ ଇଞ୍ଚ କିଟା)-୧/୨ କପ୍
ସେଓ(୧ ଇଞ୍ଚ କଟା)-୧/୨ କପ୍
ଅଙ୍ଗୁର (ଚମନ୍) -୧/୨ କପ୍
କାଜୁ-୧୦ଟା
କିସ୍ମିସ୍-୧୦ ଟି
ଘିଅ -୧ ଟେବୁଲ୍-ଚାମଚ
କମଳା ରସ-୧/୨ କପ୍
ଗୋଲମରିଚ -୪-୫ ଟି
ଡାଲଚିନି-୧ ଇଞ୍ଚ ଖଣ୍ଡେ
ଅଳେଇଚ ଗୁଣ୍ଡ-୧/୪ ଚାମଚ
ତେଜପତ୍ର-୨ଟି
ଜିରା(ସାହୀ)-୧ ଚାମଚ
କ୍ଷୀର (ଉଷୁମ)- ୧ ଟେବୁଲ୍-ଚାମଚ
ସାଫ୍ରନ୍ – ୧ ଚାମୁଟା
କମଳା ରଙ୍ଗ- ୩-୪ ବୁନ୍ଦା
ପ୍ରଣାଳୀ:
ବାସୁମତୀ ଚାଉଳକୁ ଧୋଇ ,ଗୋଟା ଗରମ ମସଲା ପକାଇ,ଲୁଣ ଦେଇ ରାନ୍ଧି ପ୍ଲେଟ୍କୁ କାଢି ରଖନ୍ତୁ | ଭାତତେ ରଙ୍ଗ ମିଶାଇଦିଅନ୍ତୁ | (ଡାଲଚିନି, ତେଜପତ୍ର କାଢିଦିଅନ୍ତୁ | ପ୍ୟାନ୍ ଗରମ କରି ଘିଅ ପକାନ୍ତୁ | ଜିରା ଫୁଟାନ୍ତୁ | କାଜୁ ଭାଜନ୍ତୁ | ଟିକେ ଲାଲ୍ ହେଲେ କିସ୍ମିସ୍ ପକାନ୍ତୁ | ତା ପରେ ଫଳ ୩ ପ୍ରକାର ପକାନ୍ତୁ | ଅଳେଇଚଗୁଣ୍ଡ ପକାଇ ୩ ମିନିଟ୍ ଘୋଡାଇଦିଅନ୍ତୁ | ଏଥର କମଳାରସରେ ଚିନି ମିଶାଇ ଏଥିରେ ଢାଳନ୍ତୁ | ଭାତ ପକାଇ ଗୋଳାନ୍ତୁ | ଭଲକରି ମିଶିଗଲେ (କମ୍ ଆଞ୍ଚରେ ରାନ୍ଧିବେ ) ସାଫ୍ରନ୍ମିଶା କ୍ଷୀର ଦେଇ ଢାଙ୍କୁଣୀ ବନ୍ଦ କରିଦିଅନ୍ତୁ | ୨ ମିନିଟ୍ ପରେ ଆଞ୍ଚ ବନ୍ଦ କରି ଘୋଡାଇ ରହିବାକୁ ଦିଅନ୍ତୁ କିଛି ସମୟ | ତା ପରେ କାଢି ପରଶନ୍ତୁ | ଖଟା-ମିଠା ଫଳରସରେ ତିଆରି ପଲାଉ ଖୁବ୍ ସ୍ୱାଦିଷ୍ଟ ତଥା ପୁଷ୍ଟିକର | (ଡାଳିମ୍ବ ମଞ୍ଜି ମଧ୍ୟ୍ ପକାଇପାରିବେ ) |