
ସାମଗ୍ରୀ:
କଲାରା-୪ଟା
ଆଳୁ-୨ଟା
ଫୁଟଣ-୧ ଚାମଚ
ଲାଲ୍ଲଙ୍କା-୬ଟା
ରିଫାଇନ୍ ତେଲ-୨ ଟେବୁଲ୍ ଚାମଚ
ପ୍ରଣାଳୀ:
କଲରା ଗୋଲ ଗୋଲ ପତଳା ପତଳା କାଟ । ଆଳୁ ମୋଟା ମୋଟା ,ଗୋଲ ଗୋଲ କାଟ । କରେଇରେ ତେଲ ଗରମ କରି ଲଙ୍କା ଓ ଫୁଟଣ ପକାଅ । ସେଥିରେ କଲରା ଓ ଆଳୁ ପକାଅ । ଲୁଣ ,ହଳଦୀ ଦେଇ ମିଶାମିଶି କରି ଢାଙ୍କୁଣୀ ଦେଇଦିଅ । କନିଆଁରେ ଭାଜା । ଆଳୁ କଲରା ସିଝିଗଲେ ଆଞ୍ଚ ବେଶୀ ,କମ୍ କରି ଭଜା ଭଜା କରି ଓହ୍ଲାଇବ ।