
ଉପକରଣ :
ଖଟାଦହି– ୧ କପ୍
ପାଣି– ୨ କପ୍
ଲୁଣ–ସ୍ଵାଦାନୁସାରେ
ଜିରାଗୁଣ୍ଡ-୧ ଚାମଚ
ପୋଦିନାପତ୍ର–୧ କଟା ୧ ଟେବୁଲ ଚାମଚ
କଞ୍ଚାଲଙ୍କା- ୨ ଚାମଚ
ପିଆଜ ସରୁ ଲମ୍ବ କଟା–୧ଟି (ବଡ଼ ପିଆଜ)
ପ୍ରଣାଳୀ :
ଦହିକୁ ଭଲକରି ଫେଣ୍ଟି ପାଣି ମିଶାଇ ଦିଅନ୍ତୁ । ପୋଦିନାପତ୍ର, ଲଙ୍କା ଓ ପିଆଜ କଟା ମିଶାନ୍ତୁ । ଲୁଣ ଜିରା ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ବିରିୟାନୀ ଓ ଫ୍ରାଏଡ୍ ରାଇସ୍ ସହ ସର୍ଭ କରନ୍ତୁ ।