
ଉପକରଣ :
ଆପଲ୍ – ୧/୨ କେ.ଜି.
ଚିନି-୧ କେ.ଜି.
ଆପଲ୍ କଲର-୧୨-୧୫ ବୁନ୍ଦା
ସୋଡ଼ିୟମ ବେନ୍ଜୋଏଡ୍-୧ ଚାମଚ
ପାଣି- ସିଝିବା ପାଇଁ
ପ୍ରଣାଳୀ :
ଆପଲରୁ ଚୋପା ଛଡ଼ାଇ ଛୋଟ ଖଣ୍ଡ କରି କାଟନ୍ତୁ । ପାଣିରେ ପକାଇ ସିଝିବାଯାଏଁ ରାନ୍ଧନ୍ତୁ । ନରମ ହୋଇଗଲେ ପାଣି ଛାଣି ସେଥୁରେ ଚିନି ପକାଇ ସମ୍ପୂର୍ଣ ପେଷ୍ଟ ହେବାୟଯାଏଁ ରାନ୍ଧନ୍ତୁ ଓ ଶୁଖିଲା ପ୍ଲେଟ୍ରେ ଟିକେ ପକାଇ ପାଣି ଆଉ ନାହିଁ ବୋଲି ନିଶ୍ଚିନ୍ତ ହୋଇଯାଆନ୍ତୁ । ଏଥୁରେ ଅଳ୍ପ ପାଣିରେ ସୋଡ଼ିୟମ ବେନ୍ଜୋଏଡ଼୍ ଗୋଳାଇ, ରଙ୍ଗ ମିଶାଇ ଜାମ୍ରେ ପକାନ୍ତୁ ଏବଂ ବାରମ୍ବାର ଗୋଳାଇ ଆଉ ୫-୭ ମିନିଟ୍ ରାନ୍ଧନ୍ତୁ ହୋଇଗଲେ ସ୍ଟେରେଲାଇଜ୍ଡ୍ କାଚ ବୋତଲରେ ରଖୁ ବ୍ୟବହାର କରନ୍ତୁ ।
ବି.ଦ୍ର. : ସୋଡିୟମ ବେନ୍ଜୋଏଡ୍ ବ୍ୟବହାର କରିବା ୧୫ ଦିନ ପରେ ଯାଇ ଏହାକୁ ଖାଇପରିବେ । ପାଣିରେ ଭଲକରି ଗୋଳାଇ ସେହି ମିଶ୍ରଣକୁ ବ୍ୟବହାର କରିପରିବେ ।