Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»Odia Boiti Kakharu Manji Badi Recipe
    Odia Recipe

    Odia Boiti Kakharu Manji Badi Recipe

    lizaBy lizaJuly 2, 2023Updated:July 2, 2023No Comments2 Mins Read
    Facebook Twitter Pinterest LinkedIn Tumblr Email
    Kakharu Manji O Postaka Badi
    Kakharu Manji O Postaka Badi
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ : ବୋଇତି କଖାରୁ ମଞ୍ଜି ୨୦୦ ଗ୍ରାମ୍, ପୋସ୍ତକ ୧୦୦ ଗ୍ରାମ୍, ୨ଟି ବଡ ରସୁଣ, ୨୦ ଗ୍ରା. ଅଦା, ୬ଟି କଞ୍ଚାଲଙ୍କା, ୧୨୫ ଗ୍ରା, ସୋରିଷତେଲ ଓ ସ୍ଵାଦ ଅନୁଯାୟୀ ଲୁଣ ।

    । ପ୍ରଣାଳୀ : ପ୍ରଥମେ କଖାରୁ ମଞ୍ଜିରୁ ଚୋପା ଛଡ଼ାଇ ଧୋଇ ଦିଅନ୍ତୁ | ପୋସ୍ତକରୁ ବାଲି ଗଡେଇ ପରିଷ୍କାର କରି ଦିଅନ୍ତୁ । ସେଥିରେ ଅଦା, ରସୁଣ, କଞ୍ଚାଲଙ୍କା ଓ ଆବଶ୍ଯକ ଅନୁଯାୟୀ ଲୁଣ ଦେଇ ଏକାଠି ମିଶାଇ ବାଟି ଦିଅନ୍ତୁ । ଏଥର ଚୁଲିରେ କଡ଼େଇ ବସାଇ ତେଲ ଗରମ କରି ସେଥିରେ ବଟା ଯାଇଥିବା କଖାରୁ ମଞ୍ଜି ଓ ପୋସ୍ତକକୁ ବଢ଼ି ଭଳି କରି କମ୍ ଜାଳରେ ୧୦/୧୫ ମିନିଟ୍‌ ଭାଜନ୍ତୁ । ବଡ଼ିକୁ ଏପଟ ସେପଟ ଜରି ଧୀରେ ଧୀରେ ଲେଉଟାଇବେ। ଯେମିତି ପୋଡ଼ି ନଯାଏ କି ଭାଙ୍କି ନଯାଏ । ବଡ଼ିଗୁଡ଼ିକ ବାଦାମିରଙ୍ଗ ହୋଇଗଲାପରେ , ଓହ୍ଲାଇ ଆଣି ପଖାଳ କିମ୍ବା ଗରମ ଭାତ ସହିତ ଖାଇବାକୁ ଦିଅନ୍ତୁ । ଏଇ ଭଜା ବଡ଼ିକୁ ମଧ୍ଯ ତରକାରୀ କରିପାରିବେ । ଏଥିପାଇଁ ୫୦୦ ଗ୍ରା. ସିଝାଆଳୁ ୧୦୦ ଗ୍ରା. ବିଲାତି ବାଇଗଣ, ୨ଟି ପିଆଜ, ଆବଶ୍ୟକ ଅନୁଯାୟୀ ଗରମ ମସଲା, ତେଲ ଏବଂ ସ୍ଵାଦ ଅନୁଯାୟୀ ଲୁଣ ନିଅନ୍ତୁ। କଢ଼େଇରେ ତେଲ ଗରମ କରି ପିଆଜ କାଟି, ୨ଟି ଶୁଖିଲା ଲଙ୍କା, ୨ଟି ତେଜପତ୍ର ପକାଇ ଲାଲକରି ଭାଜିଦିଅନ୍ତୁ । ତା ପରେ ବଟା ମସଲା ଓ ବିଲାତି ବାଇଗଣରୁ ରସ. କାଢ଼ି ପକାଇ କିଛି ସମୟ କଷନ୍ତୁ ।ମସଲା ଲାଲ ହୋଇଗଲା ପରେ ସିଝା ଆଳୁରୁ ଚୋପା ଛଡ଼ାଇ ଖଣ୍ଡଖଣ୍ଡ କରି କାଟି ପକାନ୍ତୁ|ଲୁଣ ଦେଇ ୫ ମିନିଟ୍‌ କଷି ଦରକାର ମୁତାବକ ପାଣି ଦିଅନ୍ତୁ । ଆଳୁ ତରକାରି ଫୁଟିଗଲା ପରେ କଖାରୁ ମଞ୍ଜି ବଡ଼ିକୁ ସେଥିରେ ପକାନ୍ତୁ| ୫ ମିନିଟ୍‌ ପରେ ଓହ୍ଲାଇ ଆଣି ଧନିଆ ପତ୍ର କାଟି ପକାଇ ଗରମ ଗରମ ପରଷନ୍ତୁ ।

    Odia Recipe

    Boiti Kakharu Manji Badi Boiti Kakharu Manji Badi Re3cipe Odia Badi Recipe Odia Recipe Boiti Kakharu Manji Badi
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Raga Khata Soup Recipe

    December 19, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.