ପ୍ରସ୍ତୁତ ସାମଗ୍ରୀ: ୫୦୦ ଗ୍ରାମ୍ ଖଡା ଶାଗ,୧ଟି ଆଳୁ,୧ଟି ବାଇଗଣ,୨ଟି ସଜନାଛୁଇଁ ,୨ଟି ଟମାଟୋ,୨ଟି ଶୁଖିଲା ଲଙ୍କା ,ଅଧା ଚାମଚ ଜିରା,ରାନ୍ଧିବା ପାଇଁ ସୋରିଷ ତେଲ,ସ୍ବାଦ ଅନୁଯାୟୀ ଲୁଣ ଓ ଗୁଣ୍ଡହଳଦୀ |
ପ୍ରସ୍ତୁତ ପ୍ରଣାଳୀ : ଖଡ଼ା ଶାଗକୁ ଧୋଇ ଚୂନା ଚୂନା କରି କାଟନ୍ତୁ । ଟାଣ ଅଂଶଗୁଡ଼ିକୁ ଛାଡ଼ି କଅଁଳ କାଣ୍ଡଗୁଡ଼ିକ ମଧ୍ଯ ବୂନା ଚୂନା କରି ଏଥିରେ ମିଶାନ୍ତୁ । ଆଳୁ ଓ ବାଇଗଣକୁ ଛୋଟ ଛୋଟ ଜରି କାଟି ରଖନ୍ତୁ | କଢ଼େଇରେ ତେଲ ଗରମ କରି ଶୁଖିଲାଲଙ୍କା ଛିଣ୍ଡେଇ ପକାନ୍ତୁ । ଲଙ୍କା ଭାଜ ହୋଇ ଆସିଲେ ରସୁଣ ଛେଚି ପକାନ୍ତୁ । ଲୁଣ ଓ ହଳଦି ଦେଇ ପରିବା ଓ ଶାଗ ଏଥିରେ ପକାନ୍ତୁ । ସିଝିବା ପାଇଁ ଏହାକୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ । ଶାଗ ଓ ପରିବା ସିଝି ଆସିଲେ ଢ଼ାଙ୍କୁଣୀ ଖୋଲି ଖେଳେଇ ଖେଳେଇ ଖରଡ଼ି ଦିଅନ୍ତୁ | ତା’ପରେ ଗରମ ଗରମ ଏହାକୁ ପରଷନ୍ତୁ ।