ପ୍ରସ୍ତୁତି ସାମଗ୍ରୀ : ୨ ବିନା ପାଳଙ୍ଗ ଶାଗ, ୧୫୦ ଗ୍ରା. ମଇଦା, ୧ ଛୋଟଟାମଚ ଯୁଆଣି, ଛାଣିବାପାଇଁ ରିଫାଇନ୍ ତେଲ, ସ୍ବାଦ ଅନୁସାରେ ଲୁଣ |
ପ୍ରସ୍ତୁତ ପ୍ରଣାଳୀ : ପାଳଙ୍ଗ ଶାଗକୁ ଧୋଇ କଡ଼େଇରେ ଅଧାକପ୍ ପାଣି ଦେଇ ପକାନ୍ତୁ । ଅଧା ଚାମଚ ଚିନି ଓ ଲୁଣ ପକାଇ ଶାଗକୁ ସିଝାନ୍ତୁ । ଶାଗ ସିଝିଗଲେ ଥଣ୍ଡାକରି ଗ୍ରାଇଣ୍ଡରରେ ବାଟି ରଖନ୍ତୁ । ଅଟା, ମଇଦା, ଯୁଆଣି, ୨ ଚାମଚ ରିଫାଇନ୍ ତେଲ ଓ ସ୍ଵାଦ ଅନୁସାରେ ଲୁଣ ପକାଇ ଭଲଭାବରେ ଗୋଳାନ୍ତୁ । ବାଟି ରଖିଥିବା ଶାଗକୁ ଏଥିରେ ପକାଇ ଚକଟନ୍ତୁ । ସମାନ ଭାଗରେ ଛୋଟ ଛୋଟ ଗୁଳା କରି ପୁରି ଆକାରରେ ବେଲି ରଖନ୍ତୁ । କଡ଼େଇରେ ତେଲ ଗରମ କରି ଏହାକୁ ପୁରି ଭଳି ଛାଣନ୍ତୁ ।