
ସାମଗ୍ରୀ :
- ମଇଦା– ୨ କପ୍
- ଲୁଣ-୧/୨ ଚାମଚ
- ଘିଅ-୧ ଚାମଚ
- ଇଷ୍ଟ- ୧ ଚାମଚ
- ଚିନି -୧ ଚାମଚ
- ବଡ଼ ଟମାଟୋ -୨ ଟି (କଟା)
- ଚିଜ୍ କୋରା—୧/୨ କପ୍
- ସରୁ କଟା ପିଆଜ -୧/୨ କପ୍
- ଛତୁ- ୧/୨ କପ୍
- ରସୁଣ- ୪ କୋଲା (ଛେଚା)
ପ୍ରଣାଳୀ-
ଇଷ୍ଟ ଓ ଚିନିକୁ ଅଳ୍ପ ପାଣିରେ ମିଶାଇ ଉଷୁମ କରନ୍ତୁ । ମଇଦାରେ ମିଶାଇ ଦଳି ଓଦା କନାରେ ଢାଙ୍କି ୧ ଘଣ୍ଟା ରଖନ୍ତୁ । ଏହା ଫୁଲିଯିବ । ଆଉଥରେ ହାତରେ ଟିକେ ଦଳନ୍ତୁ । ଗୁଳା ୩-୪ ଟି କରି ମୋଟା କରି ବେଲନ୍ତୁ । ଉପରେ ଅନ୍ୟ ସବୁ ସାମଗ୍ରୀକୁ ସମାନ ଭାଗ କରି ଲଗାଇ, ଦୁଇପଟରେ ଘିଅ ବା ବଟର ମାରି ଓଭାନ୍ ଟ୍ରେରେ ୨୦୦° ସେଲସିୟସ୍ ରେ ୧୨ରୁ ୧୫ ମିନିଟ୍ ଯାଏ ବେକ୍ କରନ୍ତୁ । ନନଷ୍ଟିକ୍ ତାୱାରେ ବି କରିହେବ ।