Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ମହୁର/Mahura
    Odia Recipe

    ମହୁର/Mahura

    Suchitra PBy Suchitra PDecember 31, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    mahura-recipe
    mahura-recipe
    Share
    Facebook Twitter LinkedIn Pinterest Email
    mahura-recipe
    mahura-recipe

    ସାମଗ୍ରୀ :

    • କଞ୍ଚା କଦଳୀ କଟା – ୧ କପ
    • ଖମ୍ବ ଆଳୁ କଟା – ୧ କପ
    • ବୋଇତାଳୁ କଟା – ୧ କପ
    • ଝୁଡ଼ଙ୍ଗ କଟା – ୧ କପ
    • ପୋଟଳ କଟା – ୧ କପ
    • ମୂଳା କଟା – ୧ କପ
    • କାଙ୍କଡ଼ କଟା – ୧ କପ
    • ଜିରା – ୧ ଛୋଟ ଚାମଚ
    • ଗୋଲମରିଚ -୧ ଛୋଟ ଚାମଚ
    • ପାନ ମଧୁରୀ – ୨ ଛୋଟ ଚାମଚ
    • ତେଜ ପତ୍ର – ୧ ଟି
    • ଭିଜା ବୁଟ – ୧/୪ କପ
    • ବଡି – ୧/୪ କପ
    • ଗୁଡ – ୧ ଚାମଚ
    • ନଡ଼ିଆ କୋରା – ୧/୪ କପ
    • ଶୁଖିଲା ଲଙ୍କା – ୨ ଟି
    • ହଳଦୀ ଗୁଣ୍ଡ
    • ଲୁଣ – ସ୍ୱାଦ ଅନୁସାରେ
    • ହେଙ୍ଗୁ – ଟିକିଏ

    ପ୍ରଣାଳୀ-

    ପ୍ରଥମେ ପରିବା ସବୁ ଧୋଇ ଭଲଭାବେ କାଟି ରଖନ୍ତୁ । ପରେ ପାନ ମଧୁରୀ , ଜିରା , ତେଜ ପତ୍ର ଓ ଗୋଲମରିଚ କୁ ୩୦ ମିନିଟ ଭିଜାଇ ପେଷ୍ଟ କରିନିଅନ୍ତୁ । ବଡି ଘିଅରେ ଭାଜି ରଖନ୍ତୁ । ଏବେ ପ୍ୟାନ ରେ ୧ଚାମଚ ଘିଅ ଗରମ କରି ଜିରା ମିଶା ପେଷ୍ଟ କୁ ପକାନ୍ତୁ । ଏଥିରେ ସ୍ୱାଦ ଅନୁସାରେ ହଳଦୀ ଓ ଲୁଣ ପକାଇ କସନ୍ତୁ । ଟିକିଏ କସି ସେଥିରେ ସମସ୍ତ ପରିବା ଓ ଭିଜା ବୁଟ ପକାଇ ଗୋଳେଇ ଦିଅନ୍ତୁ । ଏବେ କମ ପାଣି ଦେଇ ପରିବା ସିଝିବା ପାଇଁ ଢାଙ୍କି ଦିଅନ୍ତୁ । ୧୦ ମିନିଟ ପରେ ସେଥିରେ ଗୁଡ ଓ ନଡ଼ିଆ କୋରା କିଛି ଦେଇ ପୁଣି ୧୦ ମିନିଟ ଢ଼ାକାନ୍ତୁ । ଏବେ ବଡି ପକାଇ ଧୀରେ ଧୀରେ ମିଶାଇ ଛୁଙ୍କ ପାଇଁ ଓହ୍ଲାଇ ରଖନ୍ତୁ । ତଡକା ପ୍ୟାନ କୁ ଗରମ କରି ଘିଅ ପକାନ୍ତୁ । ଘିଅ ଗରମ ହେଲେ ସୋରିଷ ଓ ଲଙ୍କା ପକାଇ ଫୁଟାନ୍ତୁ । ସେଥିରେ ଟିକିଏ ହେଙ୍ଗୁ ପକାନ୍ତୁ । ଏବେ ପ୍ୟାନରେ ଛୁଙ୍କ ଦେଇ ଓହ୍ଲାଇ ନେଇ ଗରମ ଗରମ ପରସନ୍ତୁ  ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.