Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ରସମ/Rasam
    Odia Recipe

    ରସମ/Rasam

    Suchitra PBy Suchitra PDecember 3, 2021No Comments2 Mins Read
    Facebook Twitter Pinterest LinkedIn Tumblr Email
    Rasam
    Rasam
    Share
    Facebook Twitter LinkedIn Pinterest Email
    Rasam
    Rasam

    ସାମଗ୍ରୀ :

    • ତେନ୍ତୁଳି – ଛୋଟ ବଲ ଆକାରରେ (କଟା)
    • ଟମାଟୋ – ୧ ଛୋଟ କଟା
    • କଞ୍ଚା ଲଙ୍କା – ୧ ଟି
    • ହଳଦୀ ଗୁଣ୍ଡ – ୧/୪ ଚାମଚ
    • ପାଣି – ୩ କପ
    • ଲୁଣ – ସ୍ୱାଦ ଅନୁସାରେ
    • ତେଲ – ୨ ଟେବୁଲ ଚାମଚ
    • ଗୋଟା ସୋରିଷ – ୧/୨ ଟେବୁଲ ଚାମଚ
    • ଭୁର୍ସୁଙ୍ଗ ପତ୍ର – ୮-୧୦ ଟି
    • ହେଙ୍ଗୁ – ୧/୨ ଟେବୁଲ ଚାମଚ
    • ଧଣିଆ ପତ୍ର – ୧ କପ (କଟା)

    ମସଲା ପାଇଁ 

    • ଗୋଲମରିଚ – ୩ ଟେବୁଲ ଚାମଚ
    • ଜିରା – ୨ ଟେବୁଲ ଚାମଚ
    • ଧଣିଆ ମଞ୍ଜି – ୧/୨ ଟେବୁଲ ଚାମଚ
    • ହରଡ଼ ଡ଼ାଲି – ୧ ଟେବୁଲ ଚାମଚ
    • ଶୁଖିଲା ଲଙ୍କା – ୧- ୨ ଟି
    • ରସୁଣ – ୫-୭ ଟି ପାଖୁଡା
    • ଭୁର୍ସୁଙ୍ଗ ପତ୍ର – ୨-୩ ଟି

    ପ୍ରଣାଳୀ-

    • ପ୍ରଥମେ ମସଲା ପାଇଁ ଦିଆ ଯାଇଥିବା ସାମଗ୍ରୀ ସବୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।
    • ଏବେ ଗୋଟେ ପାତ୍ର ରେ ୧ କପ ଉଷୁମ ପାଣି ନେଇ ତେନ୍ତୁଳିକୁ ୫ ମିନିଟ ଯାଏ ବତୁରାନ୍ତୁ । ବତୁରିଗଲେ ହାତ ରେ ଦଳି ତେନ୍ତୁଳି ମଣ୍ଡ ପ୍ରସ୍ତୁତ କରନ୍ତୁ ।
    • କଡେଇ ରେ ତେଲ ନେଇ ଗରମ କରନ୍ତୁ । ଗରମ ହୋଇଗଲେ ସେଥିରେ ସୋରିଷ ଓ ଭୁର୍ସୁଙ୍ଗ ପତ୍ର ପକାଇ ଭାଜନ୍ତୁ ।
    • ଗ୍ରାଇଣ୍ଡିଙ୍ଗ ମସଲା, କଟା କଞ୍ଚା ଲଙ୍କା ଓ କଟା ଟମାଟୋ ପକାଇ, ଟମାଟୋ ମସଲା ରେ ମିଶି ଯାଏ ୨-୩ ମିନିଟ ଭଲକି ଫ୍ରାଏ କରନ୍ତୁ ।
    • ଏବେ ତେନ୍ତୁଳି ମଣ୍ଡ ,ହଳଦୀ ଗୁଣ୍ଡ, ହେଙ୍ଗୁ, ଲୁଣ, ଧଣିଆ ପତ୍ର ଓ ୩ କପ ପାଣି ମିଶାନ୍ତୁ ।
    • ରସମ ଫୁଟିବାକୁ ଲାଗିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଖାଇବା ପାତ୍ର କୁ ବାହାର କରି ଉଷୁମ ଉଷୁମ ଭାତ କିମ୍ବା ଦକ୍ଷିଣ ଭାରତର ଅନ୍ୟ ବ୍ୟଞ୍ଜନ ସହ ମଜା ନିଅନ୍ତୁ ।
    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.