Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Breakfast»ଆଳୁ ପରଟା/Alu Parata
    Breakfast

    ଆଳୁ ପରଟା/Alu Parata

    Suchitra PBy Suchitra PNovember 25, 2021No Comments1 Min Read
    Facebook Twitter Pinterest LinkedIn Tumblr Email
    Aloo-Paratha
    Aloo-Paratha
    Share
    Facebook Twitter LinkedIn Pinterest Email
    Aloo-Paratha
    Aloo-Paratha

    ସାମଗ୍ରୀ :

    • ଅଟା – ୧ କପ
    • ସିଝା ଆଳୁ – ୩ ଟି
    • ଲେମ୍ବୁ – ୧/୪
    • ଅଦା – ୧ ଇଞ୍ଚ
    • କଞ୍ଚା ଲଙ୍କା – ୧ଟି
    • ଜିରା – ୧/୨ ଚା’ ଚାମଚ
    • ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
    • ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ
    • ଲୁଣ – ସ୍ୱାଦ ଅନୁସାରେ
    • ଘିଅ – ୧ ଟେବୁଲ ଚାମଚ
    • କଟା ଧନିଆ ପତ୍ର – ୧ ଚା’ ଚାମଚ

    ପ୍ରଣାଳୀ-

    ପ୍ରଥମେ ଅଟାରେ ଟିକିଏ ଘିଅ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମିଶାନ୍ତୁ । ଏଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ଚକଟି ରଖନ୍ତୁ । ପରେ ସିଝା ହୋଇ ରହିଥିବା ଆଳୁକୁ ଭଲଭାବେ ଚକଟି ରଖନ୍ତୁ । ଏବେ ପ୍ୟାନରେ ଟିକିଏ ଘିଅ ଗରମ କରି ଜିରା, ଅଦା ଛେଚା ଓ କଟା ଲଙ୍କା ପକାଇ ଟିକିଏ ଭାଜନ୍ତୁ । ସେଥିରେ ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ମିଶାନ୍ତୁ । ସଂଗେ ସଂଗେ ଚକଟି ହୋଇ ରହିଥିବା ଆଳୁକୁ ସେଥିରେ ପକାଇ କସନ୍ତୁ । ଏବେ ଧନିଆ ପତ୍ର ମିଶାନ୍ତୁ ଓ ଟିକିଏ ଲେମ୍ବୁ ରସ ପକାଇ ଆଉ ୧ ମିନଟ କସନ୍ତୁ । କଷି ହୋଇଗଲା ପରେ ଏହାକୁ ଥଣ୍ଡା କରିବାକୁ ଛାଡ଼ି ଦିଅନ୍ତୁ । ଅଟାକୁ ଛୋଟ ଛୋଟ ଗୋଳା କରି ରୁଟି ପରି ବେଲି ଦିଅନ୍ତୁ । ଏହା ଉପରେ ଆଳୁ ମସଲା କୁ ଦେଇ ମୋଡ଼ି ଦିଅନ୍ତୁ ଏବଂ ଆଉଥରେ ପରଟା ଆକାରରେ ବେଲି ରଖନ୍ତୁ । ଏବେ ତାୱା ରେ ଘିଅ ଗରମ କରି ପରଟାକୁ ଦୁଇ ପାଖ ଭଲ କରି ସେକି ଗରମ ଗରମ ଡାଲି, ମିଠା ଦହି କିମ୍ବା ସସ ସହିତ ପରସନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    Anda Tomato Soup

    December 25, 2023

    Jeera Soup Recipe

    December 24, 2023

    Gajara Soup

    December 23, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.