
ସାମଗ୍ରୀ :
- ଚୂନାକଟା ବନ୍ଧାକୋବି -୨ କପ୍
- ସିଝା ଆଳୁ -୨ ଟି
- ବଡ଼ ଚୂନାକଟା ପିଆଜ – ୧ଟି
- ଚୂନାକଟା କଞ୍ଚାଲଙ୍କା – ୩-୪ଟି
- କଟା ଧଣିଆ ପତ୍ର – ଅଳ୍ପ
- କର୍ଣ୍ଣଫ୍ଲୋର – ୨ ଟେବୁଲ୍’ଚାମଚ
- ଲୁଣ-ସ୍ବାଦାନୁସାରେ
- ଜିରା-ଲଙ୍କାଗୁଣ୍ଡ – ୧/୨ ଚା ଚାମଚ
- ଚାଟ୍ ମସଲା – ୧ ଚା ଚାମଚ
- ରିଫାଇନ ତେଲ – ଭାଜିବା ପାଇଁ
ପ୍ରଣାଳୀ-
ବନ୍ଧାକୋବିକୁ ଚୂନା ଚୂନା କାଟି ସୁପଛଣା ରେ ରଖି ଫୁଟାପାଣି ଥିବା ପାତ୍ର ଉପରେ ରଖି ଘୋଡ଼ାଇ ୭ – ୧୦ ମିନିଟ୍ ଷ୍ଟିମରେ ସିଝାନ୍ତୁ (ଏହା ଯେପରି ସିଧାସଳଖ ପାଣି ସଂସ୍ମର୍ଶରେ ନ ଆସେ) । ସିଝିଗଲେ କାଢ଼ି ସିଝା ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର, କର୍ଣ୍ଣଫ୍ଲୋର ଓ ମସଲାସବୁ ଦେଇ ଦଳି ମିଶାଇ କଟଲେଟକୁ ମନପସନ୍ଦ ଛୋଟ ଆକାର ଦିଅନ୍ତୁ । ନନ୍ଷ୍ଟିକ୍ ପ୍ୟାନରେ ଅଳ୍ପ ତେଲ ଦେଇ ଭାଜି ପାରନ୍ତି ବା ତେଲରେ ଛାଣିପାରନ୍ତି । ଗରମାଗରମ ଚଟଣି ବା ସସ୍ ସହ ପରଶନ୍ତୁ ।