
ସାମଗ୍ରୀ :
- ଶିମ୍ବ – ୩୫୦ ଗ୍ରାମ
- ଟମାଟୋ – ୩୫୦ ଗ୍ରାମ
- ସୋରିଷ – ୪ ଟେବୁଲ ଚାମଚ
- ରସୁଣ – ୧ ବୁଦା (ମଧ୍ୟମ )
- ଜିରା – ୧ ଟେବୁଲ ଚାମଚ
- ଶୁଖିଲା ଲଙ୍କା – ୨ ଟି
- ଭୃଷଙ୍ଗ ପତ୍ର – ୮ – ୧୦ ଟି
- ତେଜ ପତ୍ର – ୨ ଟି
- ହଳଦୀ ଗୁଣ୍ଡ – ୧ ଛୋଟ ଚାମଚ
- ସୋରିଷ ତେଲ – ୨ ଟେବୁଲ ଚାମଚ
- ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
- ପ୍ରଥମେ ଶିମ୍ବ ଓ ଟମାଟୋ କୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ ।
- ସୋରିଷ ୩ ଟେବୁଲ ଚାମଚ, ଜିରା ଗୁଣ୍ଡ ୧/୨ ଟେବୁଲ ଚାମଚ, ଶୁଖିଲା ଲଙ୍କା ୧ ଟି ଓ ରସୁଣ ନେଇ ବାଟି ରଖନ୍ତୁ ।
- କଡେଇ ରେ ୧ କପ ପାଣି ନେଇ ଗରମ କରନ୍ତୁ ଓ ସେଥିରେ କଟା ହୋଇଥିବା ଶିମ୍ବ ଓ ଅଳ୍ପ ଲୁଣ ଦେଇ ସିଝାନ୍ତୁ ।
- ଶିମ୍ବ ସିଝିଗଲେ କଡେଇ ରୁ ବାହାର କରି ରଖି ଦିଅନ୍ତୁ ।
- ଏବେ କଡେଇ ଆଉ ଠାରେ ଗ୍ୟାସ ରେ ବସାନ୍ତୁ ଓ ଗରମ କରନ୍ତୁ । ଗରମ ହୋଇଗଲେ ସେଥିରେ ତେଲ ପକାନ୍ତୁ ।
- ତେଲ ଟିକେ ଗରମ ହେଲେ ରହିଯାଇଥିବା ସୋରିଷ, ଜିରା, ଶୁଖିଲା ଲଙ୍କା ଓ ତେଜ ପତ୍ର ପକାଇ ଫୁଟାନ୍ତୁ ।
- ଫୁଟିବାକୁ ଆରମ୍ଭ ଗଲେ ଟମାଟୋ ପକାଇ ଫ୍ରାଏ କରନ୍ତୁ ।
- ଟମାଟୋ ଟିକେ ମଉଳି ଗଲେ ବଟା ମସଲା ଓ ହଳଦୀ ଗୁଣ୍ଡ ପକାଇ ୨- ୩ ମିନିଟ ଯାଏ ଗୋଳାନ୍ତୁ ।
- ଵାଟଣ ଗନ୍ଧ ଗଲେ ସିଝା ହୋଇଥିବା ଶିମ୍ବ ପକାଇ ଭଲକି ଗୋଳାନ୍ତୁ ଯେପରି ଵାଟଣା ସହ ଭଲକି ଗୋଳେଇ ହୋଇଯିବ ।
- ଏବେ ୨ କପ ପାଣି ଦେଇ ଟିକେ ଗୋଳାଇ ୮ -୧୦ ମିନିଟ ଯାଏ ଧିମା ଆଞ୍ଚ ରେ ଘୋଡାଇ ଦିଅନ୍ତୁ ।
- ଏହାପରେ ଗ୍ୟାସ ବନ୍ଦ କରି ଗରମା ଗରମ ରୋଟି ବା ଭାତ ସହ ପରସନ୍ତୁ ।