
ସାମଗ୍ରୀ :
- ବ୍ରେଡ୍ -୪ ପିସ୍ (ଛୋଟଖଣ୍ଡରେ କଟା)
- ଛତୁ -୨୫୦ ଗ୍ରାମ୍
- ହଳଦି, ଲୁଣ- ସ୍ଵାଦାନୁସାରେ
- ଛୋଟକଟା ପିଆଜ-୧ ଟେବୁଲ୍-ଚାମଚ
- ଛୋଟକଟା ଗାଜର-୧ ଟେବୁଲ୍-ଚାମଚ
- ମଟର-୧ ଟେବୁଲ୍-ଚାମଚ
- ଚୂନାକଟା ବିନ୍ – ୧ ଟେବୁଲ୍-ଚାମଚ
- ଛୋଟକଟା ଫୁଲକୋବି-୧ ଟେବୁଲ୍-ଚାମଚ
- ବଡ଼ଫାଳ ଚଣାଡାଲି- ଅଳ୍ପ
- ଭଜା ଚିନାବାଦାମ- ଅଳ୍ପ
- ଭୃସଙ୍ଗ ପତ୍ର- ଅଳ୍ପ
- କଞ୍ଚାଲଙ୍କା କଟା- ଅଳ୍ପ
- ଜିରାଗୁଣ୍ଡ ଓ ଚାଟ୍ ମସଲା
- ରିଫାଇନ୍ ତେଲ- ୩-୪ ଛୋଟ ଚାମଚ
ପ୍ରଣାଳୀ :
କରେଇରେ ତେଲ ଗରମ କରି ଫୁଟଣ, ଡାଲିଫାଳ (ଧୁଆ), ବାଦାମ ମଞ୍ଜି, ଭୁର୍ସୁଙ୍ଗ ପତ୍ର ଓ ଲଙ୍କାକଟା ପକାଇ ଫୁଟାନ୍ତୁ । ଏହାପରେ ପିଆଜ ପକାଇ ୩-୪ ମିନିଟ୍ ଭାଜିବା ପରେ ଅନ୍ୟ ପରିବା, ଲୁଣ, ହଳଦି, ଜିରାଗୁଣ୍ଡ ପକାଇ ପରିବା ସିଝିବାଯାଏଁ ଘୋଡ଼ାଇ ଭାଜନ୍ତୁ । ଛତୁକୁ ହଳଦି-ଲୁଣପାଣିରୁ ଚିପୁଡ଼ି ଅଲଗା କରି ଭଲକରି ଭାଜି ଏଥିରେ ମିଶାନ୍ତୁ । ସବୁ ପରିବା ମିଶି ଭାଜି ହୋଇଗଲେ କଟା ବ୍ରେଡ୍ ପିସ୍ ପକାନ୍ତୁ । ଲୁଣ ଓ ଚାଟ୍ ମସଲା, ରାଗ ଆବଶ୍ୟକ ମୁତାବକ ପକାଇ ଗୋଳାଇ ପ୍ଲେଟ୍କୁ କାଢ଼ନ୍ତୁ । କଟା ଧନିଆ ପତ୍ରରେ ସଜାଇ ସସ୍ ସହ ପରଶନ୍ତୁ ।