ପ୍ରସ୍ତୁତି ସାମଗ୍ରୀ– ଭଜାମୁଗଡାଲି ୧କପ୍
ଶଜନାଶାଗ ୧କପ୍
କଞ୍ଚାଲଙ୍କା ୬ଟି (ସରୁ ଲମ୍ବା କାଟ)
ରସୁଣ ୧୦ ପାଖୁଡା (ଛଡେଇ ଚୁନ୍ଚୁନ୍ କାଟି ରଖିବେ)
ଅଦା ୧ ଖଣ୍ଡ,
ପିଆଜକଟା ୧ଚାମଚ
ସୋରିଷ ତେଲ: ୧ ଚାମଚ,
ଲୁଣ, ହଳଦୀ ଦରକାର ମୁତାବକ।
ପ୍ରଣାଳୀ– ପ୍ରଥମେ ମୁଗଡାଲିକୁ ଦର ସିଝା କରି ରଖ । କରେଇରେ ତେଲ ଦେଇ ପିଆଜ, ରସୁଣ, କଞ୍ଚାଲଙ୍କାକଟା, ଅଦା, ଫୁଟଣ ଦେଇ ସଜନାପତ୍ର ପକେଇ ସନ୍ତୁଳିବ | ତା’ପରେ ମୁଗଡାଲି ପକେଇ କିଛି ସମୟ ଫୁଟେଇବ । ଉପରେ ୧ଚାମଚ କଞ୍ଚା ସୋରିଷ ତେଲ ପକେଇପାର । ଗରମ ଗରମ ରୂଟି ସହିତ ଖାଇବାକୁ ଦେବ ।