ପ୍ରସ୍ତୁତି ସାମଗ୍ରୀ- ୪ ଗୋଟି ଅଣ୍ଡା
୨ ଗୋଟି ପିଆଜ
୪ ପାଖୁଡା ରସୁଣ
ଅଧଇଞ୍ଚ ଅଦା
୪ଟା ଶୁଖିଲା ଲଙ୍କା
ଅଧ ଚାମଚ ଧନିଆ
୧ ଚାମଚ ଜିରା
ଅଧ ଚାମଚ ପୋସ୍ତ
୧ଟା ଲବଙ୍ଗ
୨ ଟା ଗୁଜୁରାତି
ଅଧଇଞ୍ଚ ଡାଳଚିନି
ଅଧକପ୍ ତେଲ
୧ ଟା ଟମାଟ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ
ପ୍ରଣାଳୀ – ଅଣ୍ଡା ସିଝାଇ ଚୋପା ଛଡାଇ ମଝିରୁ ଚିରି ୨ ଖଣ୍ଡ କରି ରଖିବ । ପିଆଜକୁ ଛୋଟଛୋଟ ଖଣ୍ତ କାଟିଦେବ । ଅନ୍ୟ ସଚୁ ମସଲା ଆଉ ଗୋଟାକ ପିଆଜ ଭଲଭାବରେ ବାଟିଦେବ । ଟମାଟ ଛୋଟ ଛୋଟ କରି କାଟି ରଖିବ । କରେଇରେ ତେଲ ଗରମ କରି ପିଆଜକୁ ଭାଜିଦେବ । ପିଆଜ ଲାଲ ହୋଇଗଲେ ବଟା ମସଲାକୁ ଭାଜିବ । ମସଲାରୁ ଭଲ ବାସନା ଆସିଲେ ଟମାଟ କଟୀ ପକାଇ ଅଣ୍ଡା ଖଣ୍ଡ ଗୁଡିକ ପକାଇ ଅନ୍ନ ଟିକେ ଗୋଳାଇ ଦେଇ ଓହ୍ଲାଇଦେବ ।