Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Anda Aludam Recipe
    Chicken & Nonveg

    Anda Aludam Recipe

    lizaBy lizaNovember 21, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Anda Aludam
    Anda Aludam
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ– ୪ ଗୋଟି ଅଣ୍ଡା
    ୪ଟା ଆଳୁ
    ୨ ଗୋଟି ପିଆଜ
    ୫ ପାଖୁଡା ରସୁଣ
    ଅଧ ଇଞ୍ଚ ଅଦା
    ୫ ଟା ଶୁଖିଲା ଲଙ୍କା
    ୧ ଚାମଚ ଧନିଆ
    ୧ ଚାମଚ ଜିରା
    ୧ ଚାମଚ ପୋସ୍ତ,
    ୧ ଟା ତେଜପତ୍ର
    ୧ଟା ଲବଙ୍ଗ
    ୨ ଟା ଗୁଜୁରାତି
    ଅଳ୍ପ ଡାଳଚିନି
    ଅଳ୍ପ ତେଲ
    ୧ ଚାମଚ ଘିଅ
    ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
    ଅଣ୍ଡା ଝୋଳ

    ପ୍ରଣାଳୀ – ଅଣ୍ଡାକୁ ସିଝାଇ ତା’ର. ଚୋପା ଛଡାଇ ଅଳ୍ପ ଅଳ୍ପ ଚିରି ରଖିବ |ଆଳୁକୁ ସିଝାଇ ତା’ର ଚୋପା ଛଡାଇ ଖଣ୍ଡ ଖଣ୍ଡ କାଟି ରଖିବ | ପିଆଜକୁ ମଧ୍ୟ ଛୋଟଛୋଟ କାଟି ରଖିବ | ତା’ପରେ ପିଆଜ, ରସୁଣ, ଅଦା, ଧନିଆ, ଲଙ୍କା, ଜିରା ଓ ପୋସ୍ତକୁ ଭଲଭାବରେ ବାଟି ରଖିବ। କରେଇରେ ତେଲ ଗରମ କରି ପିଆଜକୁ ଲାଲଲାଲ କରି ଭାଜିବ ¦ ପିଆଜ ଲାଲହୋଇଗଲେ ବଟା ମସଲା ପକାଇ ଭଲଭାବରେ ଭାଜିଦିଅ । ମସଲାରୁ ତେଲ ଅଲଗା ହୋଇ ଆସିଲେ ସେଥିରେ କଟା ଆଳୁ ପକାଇ ଅଳ୍ପ ଭାଜିବ । ଅଳ୍ପ ସମୟ ପରେ ପାଣି
    ପକାଇ ଲୁଣ ହଳଦୀ ଓ ତେଜପତ୍ର ପକାଇବ । ଝୋଳପାଣି ଫୂଟିଗଲେ ସେଥିରେ ଅଣ୍ଡା ପକାଅ |। ଝୋଳ ବହଳିଆ ହୋଇଗଲେ ଗରମ ମସଲା ପାଉଡର ଓ ଘିଅ ୧ ଚାମଚ ସେଥିରେ ଦେଇ ଅଳ୍ପ ଫୁଟାଇ ଅଣ୍ଡା ଆଳୁଦମ୍‌ କୁ ଓହ୍ଲାଇଦେବ ।

    Anda Aludam Odia Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Odia Recipe Mansa Corma

    December 1, 2023

    Odia Recipe Baigana Recipe

    November 24, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.