ପ୍ରସ୍ତୁତି ସାମଗ୍ରୀ– ୪ ଟା ଅଣ୍ଡା
୨ ଗୋଟି ପିଆଜ
୮ ଟା ଗୋଲ ମରିଚ
୫/୬ ଟା ଶୁଖିଲା ଲଙ୍କା
ଫାଳେ କାଗେଜି ଲେମ୍ବୁ
ମଧ୍ୟମ ସାଇଜର ତେନ୍ତୁଳି
ଅଧ ଚାମଚ ସୋରିଷ
ଅଧକପ ତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ଅଣ୍ଡା ସିଝାଇ ଚୋପା ଛଡାଇଦେବ । ସିଝା ଅଣ୍ଡାକୁ ଅଳ୍ପ ଅଳ୍ପ ଚିରି ଦେବ । ପିଆଜ ଛୋଟ ଛୋଟ କାଟି ଦେବ । ଲଙ୍କା, ଗୋଲମରିଚକୁ ଚିକ୍କଣ କରି ବାଟିଦେବ । ତେନ୍ତୁଳିରେ ୧ କପ ପାଣିଦେଇ ରସ ବାହାର କରି ରଖିବ । କରେଇରେ ତେଲ ଗରମ କରିଦେବ । ସେଥିରେ ପିଆଜକୁ ଭାଜିଦେଇ ରଖିବ । ତା’ପରେ ତେଲରେ ସୋରିଷ ପକାଇଦେବ । ସୋରିଷ ଫୁଟିଲେ ଲଙ୍କା ଏବଂ ଗୋଲମରିଚ ବଟା ପକାଇ ଅଛ ଭାଜି ଏକ କପ୍ ପାଣି ସହ ଲୁଣ ହଳଦୀ ପକାଇବ । ଝୋଳ ଫୁଟିଗଲେ ଭଜା ଅଣ୍ଡା ଓ ତେନ୍ତୁଳିରସ ପକାଇବ । ଝୋଳ ଅଳ୍ପ ବହଳିଆ ହୋଇଗଲେ ତରକାରୀକୁ ଓହ୍ଲାଇ ଦେବ । ଓହ୍ଲାଇଲା ସମୟରେ ଭଜା ପିଆଜ ତା’ଉପରେ ଗୋଳାଇ ଦେବ ।