ପ୍ରସ୍ତୁତି ସାମଗ୍ରୀ- ୫ ଟା ଅଣ୍ଡା
୩ ଗୋଟି ପିଆଜ
ଅଧଇଞ୍ଚ ଅଦା
୫/୬ ଟା ଲଙ୍କା
୫ ପାଖୁଡା ରସୁଣ
ଅଧକପ ତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ସିଝାଇ । ଚୋପାଳୁ ଛଡାଇଦେବ । ଅଣ୍ଡା ସିଝାକୁ ଚିରିଦେବ । ଯେପରି ଅଣ୍ଡା ଗୁଡିକ ଭାଙ୍ଗି ନଯିବ । ପିଆଜ ଏବଂ ରସୁଣକୁ ଛେଚିଦେବ । କରେଇରେ ସବୁତେଲ ଦେଇ ଗରମ କରିବ । ତେଲ ଗରମ ହୋଇଗଲେ
କଟା ପିଆଜ ଓ ଲଙ୍କାକୁ ଭାଜିବ | ତାହା ଲାଲ ହୋଇ ଆସିଲେ ଅଦା, ରସୁଣ ପକାଇ ଟିକେ ଭାଜିବ । ତା ‘ପରେ ସେଥିରେ ଅଣ୍ଡା ପକାଇ ଗୋଳାଇ ଦିଅ | ଏହା ଶୁଖିଲା ହେବ । ଏଥିରେ ମୋଟେ ପାଣି ବିଆଯିବ ନାହିଁ |