ପ୍ରସ୍ତୁତି ସାମଗ୍ରୀ-
୨୫୦ ଗ୍ରାମ୍ ମାଛ,
୧ ଗୋଟି ପିଆଜ
୧ ଚାମଚ ସୋୟାସସ୍
୧ ଚାମଚ ଭରସେଷ୍ଟରସ ସସ୍
୬ଟା କଞ୍ଚାଲଙ୍କା
୧ ଚାମଚ ଭିନେଗାର
ଅଧକପ୍ ତେଲ
ଦରକାର ମୁତାବକ ଲୁଣ
ପ୍ରଣାଳୀ – ପିଆଜ ଓ ଲଙ୍କାକୁ ଲମ୍ବାଲମ୍ବାକରି କାଟିଦେବ । ମାଛ, ପିଆଜ, ଲୁଣ, ଭେନିଗାର, ସୋୟାସସ୍ ଓ ଓରସେଷର ସସ୍ ଭଲଭବରେ ମିଶାଇ ରଖିବ । ୪ ଘଣ୍ଟାପରେ ମାଛ ଖଣ୍ଡ ସବୁ ସସ୍ ଓ ମସଲାରୁ ପୋଛି ବାହାର କରିଦେବ । ସେଥିରେ ତେଲ ଗରମ କରି ମାଛଖଣ୍ଡ ସବୁ ଭଲକରି ଭାଜି ହୋଇ ଗଲେ ସେଥିରେ ମସଲା ଓ ସସ୍ ସବୁ ଢାଳିଦେବ | ଏହାକୁ କମ୍ ନିଆଁରେ ୫ ମିନିଟ୍ ଢାଙ୍କୁଣୀ ଦେଇ ଓହ୍ଲାଇଦେବ ।