ସାମଗ୍ରୀ- ୨୫୦ ଗ୍ରାମ ଚିଙ୍ଗୁଡ଼ି
୧ ଗୋଟି ଆଳୁ
୨ ଗୋଟି ବଡ଼ ବାଇଗଣ
୧ ଗୋଟି ପିଆଜ
୪ ଗୋଟି କଞ୍ଚାଲଙ୍କା
୧ ଚାମଚ ଫୁଟଣ
୨ ଚାମଚ ତେଲ
ପରିମାଣ ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ – ଆଳୁ, ବାଇଗଣ, ପିଆଜ ଓ କଞ୍ଚାଲଙ୍କା ଚୂଳା ଚୂନା କରି କାଟିବ । ଚୋପା ଛଡ଼ାଇ ସଫାକରି ରଖିବ କରେଇରେ ତେଲ ଗରମକରି ଫୁଟଣକୁ ଫୁଟାଇବ ।ଫୁଟଣ ଫୁଟିଲେ ମାଛ, ଲୁଣ, ହଳଦୀ ପକାଇବ| ମାଛର ପାଣି ଶୁଖୁଗଲେ ସେଥିରେ ଆଳୁ ବାଇଗଣ କଟା ଓ ଲୁଣ, ହଳଦୀ ପକାଇ ଗୋଳାଗୋଳି କରି ଢାଙ୍କୁଣୀ ଘୋଡ଼ାଇଦେବ । 5 ମିନିଟ୍ ପରେ ଓଲଟ ପାଲଟକରି ଖରିଆ ହେଲେ ଭାଳି ଓହ୍ଲାଇଦେବ ।