ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ୍ ଗୋଟା ମୁଗ
୫୦୦ ଗ୍ରାମ୍ କିମା ମାଂସ
୪ଟା ପିଆଜ,
୨ଟା ତେଜପତ୍ର
ଅଧକପ୍ ତେଲ
୨ ଟି ଟମାଟ
୧ ଗୋଟିରସୁଣ
ଅଧାଇଞ୍ଚ ଅଦା
୬ ଟା କଞ୍ଚାଲଙ୍କା
୪ ଖଣ୍ଡ ଡାଲଚିନି
୪ଟା ଗୁଜୁରାତି
୨ ଗମଚ ଘିଅ
ଲୁଣ ସ୍ଵାଦ ଅନୁସାରେ ।
ପ୍ରଣାଳୀ – ଗୋଟା ମୁଗକୁ ୪ ଘଣ୍ଟା ପାଣିରେ ବତୁରାଇ ରଖ । ଲୁଣ ହଳଦୀ ପକାଇ ସିଝାଇ ଦିଅ | ପିଆଜ ଦୁଇଟି, ରସୁଣ ଓ ଅଦାକୁ ବାଟିଦିଅ | ଅନ୍ଯ ୨ଟି ପିଆଜ, ଚୂନା ଚୂନା କରି କାଟିଦିଅ । କରେଇରେ ତେଲ ଗରମକରି ମାଂସ, ତେଜପତ୍ର ଓ ଟମାଟକଷା ପକାଇ କଷିଦିଅ । ମାଂସ କଷି ହେଲେ ପାଣି ପକାଇ ସିଝାଇ ଦିଅ |ମାଂସ ସିଝିଗଲେ ସେଥିରେ ସିଝାମୁଗ ମିଶାଇ ୫ ମିନିଟ୍ ଓହ୍ଳାଇଦେବ |ଚୂଲିରେ କରେଇ ବସାଇ ଘିଅ ଗରମ କରିଦେବ |ତା’ପରେ ପିଆଜ ବଟା ଏବଂ କଞ୍ଚାଲଙ୍କା କଟାକୁ ଭାଜିଦେବ |ଏହା ଲାଲ୍ ହୋଇଗଲେ ଡାଲି ମାଂସ ସେଥିରେ ବଘାରି ଦେଇ ଡାଲଚିନି ,ଗୁଜୁରାତି ବଟାଦେଇ ଓହ୍ଲାଇଦେବ |