ପ୍ରସ୍ତୁତି ସାମଗ୍ରୀ- ଏକ କପ୍ ବୂଟ ଡାଲି
ଏକ କପ୍ ଚୋପାଥିବା ବିରିଡାଲି
୫୦ ଗ୍ରାମ୍ ଗୁଣ୍ଡ ମାଂସ
ଦୁଇଗୋଟି ଅଣ୍ଡା
୫ଟି ପିଆଜ
ଖଣ୍ଡିଏ ଅଦା
ଗୋଟିଏ ରସୁଣ
୪ଟି ତେଜପତ୍ର
ଖଣ୍ଡିଏ ଡାଲଚିନି
୨ ଟି ଗୁଜରାତି
ଦୂଇ ଚାମଚ ଘିଅ
ଅଧକପ୍ ତେଲ
୪ଟି ଟମାଟ
୧୦ଟି ଶୁଖିଲା ଲଙ୍କା
ଏକ ଚାମଚ ଜିରା,
ଅଳ୍ପ ଧନିଆ ପତ୍ର
ଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦୀ |
ପ୍ରଣାଳୀ ¬ ପ୍ରଥମେ ଦୁଇଟି ପିଆଜ, ଅଦା ଓ ରସୁଣ ଏକତ୍ର କରି ଚିକ୍କଣ କରି ବାଟି ଦେବ, ଜିରା, ତେଜପତ୍ର, ଲଙ୍କା ବାଟି ଦେବ । ଡାଲଚିନି, ଗୁଜରାତି ଗୁଣ୍ଡକରି ଦେବ । ଗୋଟିଏ ଡେକ୍ଚିରେ ବିରିଡାଲି ଓ ବୁଟଡାଲି ଲୁଣ ଓ ହଳଦୀ ପକାଇ ସିଝାଇଦେବ । କରେଇରେ ତେଲ ଗରମକରି ପିଆଜ ବଟା, ଜିରାବଟା, ଲୁଣ,ହଳଦୀ ପକାଇ ମାଂସ ସବୁ ତକ କସିବ । କସିବା ପରେ ଅନ୍ନ ପାଣିଦେଇ ମାଂସ ସିଝିଗଲେ ଡାଲଚିନି ଓ ଗୁଜରାତି କାଇ ମାଂସ ତରକାରି ଓହ୍ଲାଇଦେବ । ଅନ୍ୟ ଏକ ପାତ୍ରରେ ତେଲ ଗରମକରି ବଳିଯାଇଥିବା ପିଆଜ ଗୁଡ଼ିକୁ ଛୋଟ ଛୋଟ କରି କାଟି ଭାଜିବ । ପିଆଜ ଭଜାହୋଇଗଲେ ଅଣ୍ଡା ଭାଙ୍ଗି ପକାଇବ । ଅଣ୍ଡାକୁ ପକାଇବା ବେଳେ ଘିଅ ଏବଂ ଟମାଟକୁ କାଟି ପକାଇବ । ଅଣ୍ଡାକୁ ଭୂଜିଆପରି କରିଦେବ ତାପରେ ମାଂସ ତରକାରୀ ଏବଂ ସିଝାଡାଲି ପକାଇ ଅଳ୍ପ ଫୁଟିବା ପରେ ଓହ୍ଲାଇଦେବ । କିଛି ଧନିଆପତ୍ର ଛୋଟ ଛୋଟ କରି କାଟି ଉପରେ ପକାଇ ଓହ୍ଲାଇଦେବ|