ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍ ଚିଙ୍ଗୁଡ଼ି
୮ଟା କଞ୍ଚାଲଙ୍କା
୨ ଗୋଟି ପିଆଜ
ଅଧାକପ୍ ତେଲ
୪ ଚାମଚ ଭେନିଗର
୪ ଚାମଚ ସୋୟାସସ୍
୪ ଗମଚ ଓରସେଷ୍ରସସ୍
୧ ଚାମଚ ଅଜିନା ମଟୋ
ଦରକାର ଅନୁଯାୟୀ ଲୁଣ |
ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିର ଗେପା ଛଡ଼ାଇ ଦେଇ ପରିଷ୍କାର କରି ଧୋଇଦେବ | ବଡ଼ ବଡ଼ ଖଣ୍ଡକରି କାଟିବ ଏବଂ କଞ୍ଚାଲଙ୍କାକୁ ଛୋଟ ଛୋଟ ଖଣ୍ଡକରି କାଟିବ । ଚିଙ୍ଗୁଡି, ଲଙ୍କା, ପିଆଜ, ଭେନିଗର, ସୋୟାସସ୍, ଓରସେଷ୍ଟର ସସ୍ ଓ ଲୁଣକୁ ଭଲଭାବେ ରଖ । ଏହାକୁ ମିଶାଇ ଚାରିଘଣ୍ଟା ଭେଦାଇ ରଖିବ । ୪ ଘଣ୍ଟାପରେ ସେଥିରୁ ପୋଛି ପୋଛି କାଢ଼ିବ । କରେଇରେ ତେଲ ଗରମ କରି ଚିଙ୍ଗୁଡ଼ି ଗୁଡ଼ିକ ଭଲରୂପେ ଲାଲକରି ଭାଜିବ । ଏହା ଭଲରୂପେ ଭାଜି ହୋଇଗଲେ ସେଥିରେ ପିଆଜ ମିଶା ସସ୍ ସବୁ ଚାଳି ମିଶାଇ ଦେଇ ଢାଙ୍କୁଣୀ ଘୋଡ଼ାଇ ଦେବ । ଏହା ଫୁଟିବାର ଦଶମିନିଟ୍ ପରେ ଢାଙ୍କୁଣୀ ଖୋଲି ଅଜିନା ମଟୋ ପକାଇ ତରକାରିକୁ ଓହ୍ଲାଇଦେବ ।