ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍ ମାଂସ
୫୦୦ ଗ୍ରାମ୍ ବାସନା ଅରୁଆ ଗଉଳ
୧ କପ୍ କଣ୍ଟାଛଡ଼ା ସିଝା ଚିକେନ୍
୧ କପ୍ ଚୋପାଛଡ଼ା ଛୋଟ ଚିଙ୍ଗୁଡ଼ି
୧ ଗୋଟି ଗାଜର
୧୨ ଗୋଟି ବିନ୍
୨ ମୁଠା ମଟର ମଞ୍ଜି
୧ ଚାମଚ ସୋୟାବିନ୍ ସସ୍
ଅ ଚାମଚ ଭିନେଗାର
୧ ଚାମଚ ସଲ୍ଟ
୨ ଟା ଅଣ୍ଡା
ପ୍ରଣାଳୀ – ଅରୁଆ ଚାଉଳକୁ ଖୁବ୍ ଝର ଝର ଭାତ ରାନ୍ଧି ରଖ | କଣ୍ଟା ଥିବା ଚିକେନ୍ ସିଝାଇ ନେଇ କିଛି ମାଂସ ବାହାର କରି ରଖ । କରେଇର ୧ ଗମଚ ତେଲଦେଇ ଚିଙ୍ଗୁଡି ମାଛ କୁ ଭାଜି କରି ରଖ | ଗାଜର, ବିନ୍ ଓ ଆଳୁକୁ ପତଳା ପତଳା କରି କାଟିଦିଅ | କରେଇରେ ୨ ଚାମଚ ତେଲ ପକାଇ ମଟର ମଞ୍ଜି ସହିତ ସବୁ ପରିବାକୁ ଢାଙ୍କୁଣୀ ଘୋଡାଇ ଅଳ୍ପ ଅଳ୍ପ ଖରିଆ କରି ଭାଜିଦିଅ |ଆଉ ଥରେ କରେଇରେ ୨ ଚାମଚ ତେଲ ଦେଇ ପିଆଜକୁ ସରୁ ସରୁ କରି କାଟି ଭାଜ । ପିଆଳ ନରମ ହୋଇ ଆସିଲେ ଅଣ୍ଡାକୁକଞ୍ଚାଲଙ୍କା ଜିରା ପକାଇ ଭାତ ସେଥିରେ ପକାଇ ଭଲରୂପେ ଭାଜ ।ଏଥିରେ ଲୁଣ ପଡିବ, ହଳଦୀ ପଡିବ ନାହିଁ |ଭାତ ୫ ମିନିଟ୍ ଭାଜିଲା ପରେ ଚିକେନ୍ ସିଝା ଚିଙ୍ଗୁଡି ଭଜା, ଅଣ୍ଡା ଭଜା ପରିବା ଭଜା ସବୁ ମିଶାଇଦିଅ । ସେଥିରେ ସୋୟା ସସ୍ ଦେଇ ଅଳ୍ପ ଭଜା ଭଜି କରି ଓହ୍ଲାଇ ଦିଅ । ଓହ୍ଲାଇଲା ବେଳେ ସେଥିରେ ଚାଇନା ସଲ୍ଟ୍ ଗୋଳାଇ ଓହ୍ଲାଇ ଦିଅ ।