ପ୍ରସ୍ତୁତି ସାମଗ୍ରୀ : ୪୦୦ ଗ୍ରାମ୍ କଟାଛତୁ
୧ କପ୍ କଟା ପିଆଜ
୧୨୫ ଗ୍ରା.ଘିଅ
୧ ଚାମଚ ଗୁଣ୍ଡ ହଳଦି
୧ ଚାମଚ ଗୁଣ୍ଡ ଲଙ୍କା
୧ ଚାମଚ କଟା ରସୁଣ
୧ କପ୍ ମନପସନ୍ଦର କଟା ପରିବା ଏବଂ ସ୍ଵାଦ ଅନୁଯାୟୀ ଲୁଣ !
ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ଗୁଆଁଘିଅ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ ପକାଇ ଭାଜନ୍ତୁ । ତା”ପରେ କଟା ଛତୁ ପକାନ୍ତୁ । ସେଥିରେ ଗୁଣ୍ଡ ହଳଦି, ଗୁଣ ଲଙ୍କା, ଲୁଣ ଓ ମନପସନ୍ଦର ପରିବା (ଯଥା – ଗାଜର, ମଟର, ଫୁଲକୋବି, କଟା ଟମାଟୋ) ପକାଇ ଧିମା ଆଞ୍ଚରେ ୫/୭ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ ଏବଂ ଶେଷରେ କଟା ଧନିଆପତ୍ର ପକାଇ ଓହ୍ଲାଇ ଆଣି ପରିବେଷଣ କରନ୍ତୁ ।