ପ୍ରସ୍ତୁତି ସାମଗ୍ରୀ- ମୁଗଡାଲି ୧କପ୍
ପଣସକଠା କଟା ୧କପ୍ (ଛୋଟ ସରୁସରୁ)
ପିଆଜ ୨ଟି
ଘିଅ ୨ ଚାମଚ
ଗରମମସଲା ବଟା ୧ଚାମଚ
ଧନିଆପତ୍ର
୨ଚାମଚ ଲୁଣ
ହଳଦୀ ଦରକାର ମୁତାବକ |
ପ୍ରଣାଳୀ- ପ୍ରେସରକୁକରରେ ମୁଗଡାଲି ଓ ପଣସକଠାକୁ ଲୁଣ, ହଳଦୀ ଦେଇ ସିଝେଇ ନିଅନ୍ତୁ ।ପ୍ରେସର ଖୋଲି ରଖନ୍ତୁ । କରେଇରେ ଘିଅ, ଜିରା ଫୁଟେଇ ପିଆଜ ଭାଜନ୍ତୁ । ପିଆଜ ବାଦାମୀ ରଙ୍ଗର ହେଲେ ଡାଲମା ବଘାରନ୍ତୁ ।ଗରମ ମସଲା ଓ ଧନିଆପତ୍ର ଦେଇ ଓହ୍ଲାନ୍ତୁ ।