ପ୍ରସ୍ତୁତି ସାମଗ୍ରୀ-
ଟମାଟୋ ୨ଟା
ପିଆଜ ୧ଟି୍
ସୋରିଷ ଅଧ ଚାମଚ
ଭୁରୁସଙ୍ଗପତ୍ର ହଳଦୀଗୁଣ୍ଡ ୧ ଚାମଚ
କଞ୍ଚାଲଙ୍କା ୪ଟି, ଡାଲି ୧କପ୍ (ହରଡ ବା ମସୁର)
ବିରିତାଲି ଅଧ ଚାମଚ
ତେଲ, ଲୁଣ ଦରକାର ଅନୁଯାୟୀ
ପ୍ରଣାଳୀ– ଡାଲିକୁ ହଳଦୀ ପାଣିରେ ସିଝେଇ ନିଅନ୍ତୁ । ତେଲରେ ପିଆଜଭାଜନ୍ତୁ ଓ କଟା ବିଲାତିବାଇଗଣ, କଞ୍ଚାଲଙ୍କା ଭାଜନ୍ତୁ ! ତା’ପରେ ଡାଲି ପକେଇ ଗୋଳେଲ ନିଅନ୍ତୁ । ଲୁଣ ମିଶାନ୍ତୁ । କରେଇରେ ତେଲ ଫୁଟେଇ ବିରିଡାଲି, ସୋରିଷ, ହେଙ୍ଗୁ, ଭୁରୁସଙ୍ଗପତ୍ର ପକେଇ ଭାଜି ଡାଲି ସହିତ ମିଶେଇ ଦିଅନ୍ତୁ । ଗରମ ଗରମ ପରଷନ୍ତୁ ରୁଟି ସହିତ ଖାଇବାକୁ ଦିଅନ୍ତୁ ।