ପ୍ରସ୍ତୁତି ସାମଗ୍ରୀ:
୧ କପ୍ କଟା ଛତୁ
୧ ଚାମଚ କଟା ଟମାଟୋ,
୧ ଚାମଚ କଟା କଞ୍ଚାଲଙ୍କା
ଅଧା କପ୍ କଟା ପିଆଜ
୧ ଚାମଚ କଟା ରସୁଣ
୧ ଚାମଚ କଟା ଗାଜର
୧ ଚାମଚ କଟା କାଜୁଡ଼ି
୧ ଚାମଟ ଗଜାମୁଗ ଓ ଗଜାବୁଟ
୧ ଚାମଚ ସିଝା କଟା ଆଳୁ
ଅଧ କପ୍ କୋରା ନଡ଼ିଆ
ସାମାନ୍ୟ ହେଙ୍ଗୁ ଓ ଗୋଲମରିଚ
୨ ଡେମ୍ଫ ଭୁର୍ସଙ୍ଗ ପତ୍ର
୧ ଚାମଚ ସୋରିଷତେଲ
୨ଟି ଶୁଖିଲା ଲଙ୍କା
୧ କପ୍ ସାମାନ୍ୟ ଚିନିମିଶା
ବସାଦହି ଏବଂ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଡ଼େଇରେ ତେଲ, ହେଙ୍ଗୁ, ଶୁଖିଲା ଲକା, ଭୁର୍ସଙ୍ଗ ପତ୍ର ପକାଇ ଭାଜନ୍ତୁ । ତା’ପରେ ସେଥିରେ କଟା ଛତୁକୁ ପକାଇ ସାମାନ୍ୟ ଭାଟି ଗୋଟିଏ ବଡ଼ ପାତ୍ରକୁ ଢ଼ାଳି ଦିଅନ୍ତୁ । ଏବେ ସେଥିରେ କଟା ହୋଇଥିବା ସମସ୍ତ ସାମଗ୍ରୀ ପକାଇ ଗୋଳାଇ ଦିଅନ୍ତୁ । ତା’ପରେ ଏଥିରେ ଦହି ଓ କୋରା ନଡ଼ିଆ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ପରେ ଗୁଣ୍ଡ ଗୋଲମରିଚ ଓ ଲୁଣ ପକାଇ ପରିବେଷଣ କରନ୍ତୁ ।